27.1 C
Bhubaneswar
Saturday, December 6, 2025
Homeଓଡିଶାସୋଆ ଆଇଡିଏସ୍ ପକ୍ଷରୁ ଆତ୍ମହତ୍ୟା ନିବାରଣ ସପ୍ତାହ ପାଳିତ

ସୋଆ ଆଇଡିଏସ୍ ପକ୍ଷରୁ ଆତ୍ମହତ୍ୟା ନିବାରଣ ସପ୍ତାହ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନସେସ୍ (ଆଇଡିଏସ୍‌) ପକ୍ଷରୁ ଚଳିତ ମାସ ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ‘ଆତ୍ମହତ୍ୟା ନିବାରଣ ଦିବସ’ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷର ଥିମ୍ “ ଚେଞ୍ଜିଙ୍ଗ୍ ଦ ନାରେଟିଭ୍ ଅନ୍ ସୁଇସାଇଡ” ବିଷୟ ବସ୍ତୁ ସହିତ ମାନସିକ ସ୍ୱାସ୍ଥ୍ୟ ଏବଂ ଭାବପ୍ରବଣତାକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ସହିତ ସୋମବାର ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ମଧ୍ୟ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଏମ୍ସର ଡିନ୍ (ଏକାଡେମିକ୍ସ) ଡାକ୍ତର ପ୍ରଶାନ୍ତ ରାଘବ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏହିଭଳି କର୍ମଶାଳା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ସହିତ ଫ୍ୟାକଲ୍ଟି, ଡାକ୍ତର ଓ ପିତାମାତାମାନେ ସଚେତନ ହେବା ଜରୁରୀ ।

ବର୍ତମାନ ସମୟରେ ଆତ୍ମହତ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପାଲଟିଲାଣି । ଏହା ଯୁବପିଢିମାନଙ୍କ ଉପରେ ବେଶ୍ ପ୍ରଭାବ ପକାଉଛି । ଯେ କୌଣସିି ସମସ୍ୟାର ସମ୍ମୁଖୀନ ହେବା ମାତ୍ରେ ସେମାନେ ଧୈର୍ଯ୍ୟହରା ହୋଇ ଆତ୍ମହତ୍ୟାକୁ ଏକ ସମାଧାନ ବୋଲି ଭାବି ମୃତ୍ୟୁବରଣ କରୁଛନ୍ତି । ଏହାକୁ ରୋକିବାକୁ ହେଲେ ବ୍ୟକ୍ତି ଅବା ଯୁବପିଢି କିପରି ନିଜ ସମସ୍ୟା ବିଷୟରେ ଅନ୍ୟ କାହା ସହିତ କଥାବାର୍ତା ତଥା ଯୋଗାଯୋଗ ମାଧ୍ୟମରେ ସମାଧାନ କରିବାର ସୂତ୍ର ଖୋଜି ପାଇପାରିବେ ସେ ବିଷୟରେ ଡାକ୍ତର ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଛାତ୍ରଛାତ୍ରୀମାନେ ମାନସିକ ଯନ୍ତ୍ରଣା ନ ଭୋଗି ସମସ୍ୟାର ମୁକାବିଲା କରି କିପରି ନିଜ ମନୋବଳକୁ ଦୃଢ଼ ରଖିପାରିବେ ସେ ବିଷୟରେ ମଧ୍ୟ ଡାକ୍ତର ମହାପାତ୍ର ଆଲୋଚନା କରିଥିଲେ ।

ସେହିପରି ମନମ୍ ଫାଉଣ୍ଡେସନ୍‌ର ଚିଫ୍ କାଉନସେଲିଂ ଟ୍ରଷ୍ଟି ମେମ୍ବର ଶ୍ରୀମତି ସୋମ୍ୟା ସୁଚରିତା ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଖୋଲା ଆଲୋଚନାକୁ ଉତ୍ସାହିତ କରିବା ତଥା ଅନ୍ୟର ଯତ୍ନ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ସକରାତ୍ମକ ଗଳ୍ପ ମାଧ୍ୟମରେ ଛାତ୍ରଛାତ୍ରୀ ଆତ୍ମହତ୍ୟାକୁ କିପରି ରୋକାଯିବ ଓ ଏହାର ଲକ୍ଷଣ ସମ୍ପର୍କରେ ସେ ବିଭିନ୍ନ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ରେକଗ୍‌ନାଇଜ, ରେସପଣ୍ଡ ଓ ରେଫର୍ ଶବ୍ଦ ଗୁଡ଼ିକୁ ନେଇ ଆତ୍ୱହତ୍ୟା ନିରାକରଣ ନିମନ୍ତେ ସେ ମତ ରଖିଥିଲେ ।

ଏହି ଅବସରରେ ଆଇଡିଏସ୍ ର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ସ୍ୱାଗତ ଭାଷଣ ଦେବା ସହିତ ଛାତ୍ରଛାତ୍ରୀମାନଙ୍କୁ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ । ଚଳିତ ବର୍ଷର ଥିମକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିବାବେଳେ ଏଥିରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ତଥା ଆଇଡିଏସ୍‌ର ପେରିଓଡଂଟିକ୍ସ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଗାଥା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ପ୍ରାୟ ୩୦୦ ଛାତ୍ରଛାତ୍ରୀ, ଡାକ୍ତର ଏବଂ ଫ୍ୟାକଲ୍ଟି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking