ପାଟଣା: ସଂପ୍ରସାରଣ ହେଲା ବିହାର କ୍ୟାବିନେଟ ମନ୍ତ୍ରିମଣ୍ଡଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର, ଭାରତୀୟ ଜନତା ପାର୍ଟି (ବିଜେପି), ଜନତା ଦଳ ୟୁନାଇଟେଡ୍ (ଜେଡିୟୁ), କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ଏବଂ କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ନେତୃତ୍ୱାଧୀନ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଧର୍ମନିରପେକ୍ଷ)ର ଅନ୍ୟ ନେତାମାନଙ୍କ ସହିତ ଗୁରୁବାର ବିହାର କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନ ଏବଂ ଅନ୍ୟାନ୍ୟ ନେତାଙ୍କ ଉପସ୍ଥିତିରେ ସେମାନଙ୍କୁ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ସୟଦ ଆତା ହସନୈନ ଶପଥ ପାଠ କରାଇଛନ୍ତି।ନୀତିଶ କୁମାର ରାଜ୍ୟସଭାର ସଦସ୍ୟ ହେବା ପାଇଁ ବିହାରର ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନିଷ୍ପତ୍ତି ନେବା ପରେ ନିଶାନ୍ତଙ୍କ ରାଜନୀତିରେ ପ୍ରବେଶ।










