31.1 C
Bhubaneswar
Monday, May 4, 2026
Homeଦେଶ ବିଦେଶବିଜୟ ହାରୁଛନ୍ତି ଶୁଣି ନିଜ ଗଳା କାଟିଲେ ଫ୍ୟାନ୍

ବିଜୟ ହାରୁଛନ୍ତି ଶୁଣି ନିଜ ଗଳା କାଟିଲେ ଫ୍ୟାନ୍

ଚେନ୍ନାଇ: ତାମିଲନାଡ଼ୁ ରାଜନୀତି ଓ ସିନେମା ଜଗତର ସମ୍ପର୍କ ଅତି ନିବିଡ଼, କିନ୍ତୁ କେତେବେଳେ ଏହି ଅନ୍ଧଭକ୍ତି ଜଣକର ଜୀବନ ନେଇପାରେ ତାହା କେହି କଳ୍ପନା କରିନଥିଲେ । ସୁପରଷ୍ଟାର୍ ଥାଲାପତି ବିଜୟଙ୍କୁ ନେଇ ଉଠିଥିବା ଏକ ଗୁଜବ ଯୋଗୁଁ ଜଣେ ଯୁବକ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ପୁଲିସ ସୂଚନା ଅନୁଯାୟୀ, କ୍ରିଷ୍ଣାଗିରି ଅଞ୍ଚଳର ୨୮ ବର୍ଷୀୟ ଯୁବକ କେ. ମହେନ୍ଦ୍ରନ୍, ଅଭିନେତା ବିଜୟଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ତାଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଡ଼ଗମ’ (TVK)ର ସକ୍ରିୟ ସମର୍ଥକ । ସୋମବାର ସକାଳୁ ଭୋଟ୍ ଗଣତି ଆରମ୍ଭ ହେବା ପୂର୍ବରୁ ସହରରେ ଚର୍ଚ୍ଚା ହୋଇଥିଲା ଯେ ବିଜୟ ନିର୍ବାଚନରେ ପଛୁଆ ଅଛନ୍ତି କିମ୍ବା ହାରିଯାଇପାରନ୍ତି ।

ପ୍ରିୟ ନେତାଙ୍କ ପରାଜୟ ଖବର ସହ୍ୟ କରିନପାରି ମହେନ୍ଦ୍ରନ୍ ନିଜର ମାନସିକ ସନ୍ତୁଳନ ହରାଇ ବସିଥିଲେ। ଏକ ଧାରୁଆ ଅସ୍ତ୍ରରେ ସେ ସର୍ବସାଧାରଣରେ ନିଜ ଗଳା କାଟି ପକାଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ ଏବଂ ତୁରନ୍ତ ତାଙ୍କୁ ଉଦ୍ଧାର କରି କ୍ରିଷ୍ଣାଗିରି ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେ ଆଇସିୟୁରେ (ICU) ଚିକିତ୍ସିତ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେଉଁ ପରାଜୟର ଗୁଜବ ପାଇଁ ମହେନ୍ଦ୍ରନ୍ ଏଭଳି ଚରମ ପଦକ୍ଷେପ ନେଲେ, ପ୍ରକୃତ ଫଳାଫଳ ତାହାର ସମ୍ପୂର୍ଣ୍ଣ ଓଲଟା ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ବିଜୟଙ୍କ ଦଳ TVK ତାମିଲନାଡୁରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି । ଅନେକ ଆସନରେ ବିଜୟଙ୍କ ପ୍ରାର୍ଥୀମାନେ ଆଗୁଆ ରହିଥିବା ବେଳେ TVK ଏକ ବୃହତ୍ତମ ଶକ୍ତି ଭାବେ ଉଭା ହୋଇଛି । ଭୋଟ୍ ଗଣତି ଏବେ ବି ଜାରି ରହିଛି, କିନ୍ତୁ ବିଜୟଙ୍କ ଲୋକପ୍ରିୟତା ଭୋଟରେ ପରିଣତ ହେଉଥିବା ସ୍ପଷ୍ଟ ଜଣାପଡ଼ୁଛି ।ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।ପ୍ରଶାସନ ପକ୍ଷରୁ ସାଧାରଣ ଜନତା ଓ ସମର୍ଥକମାନଙ୍କୁ କୌଣସି ଅସମର୍ଥିତ ଖବର ବା ଗୁଜବ ଉପରେ ବିଶ୍ୱାସ ନକରିବାକୁ ଅନୁରୋଧ କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking