31.1 C
Bhubaneswar
Monday, May 4, 2026
Homeଦେଶ ବିଦେଶହାରିଗଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍

ହାରିଗଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍

ତାମିଲନାଡୁ: ହାରିଗଲେ ତାମିଲନାଡୁ ମୁଖମନ୍ତ୍ରୀ ! କୋଲାଥୁର ଆସନରେ ହାରିଲେ ଏମକେ ଷ୍ଟାଲିନ ! ଷ୍ଟାଲିନ ହାରିଥିବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଛି । ଟିଭିକେ ପ୍ରାର୍ଥୀଙ୍କ ଠାରୁ ଷ୍ଟାଲିନ ବାହାରିଥିବା ସୂଚନା ଦେଇଛନ୍ତି । ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଛି । ଏଠାରେ ନୂଆକରି ଗଠନ ହୋଇଥିବା ଟିଭିକେ ସରକାର ଗଠନ କରିବା ସ୍ଥିତିରେ ରହିଛି । ହେଲେ ସବୁଠାରୁ ବଡ଼ କଥା ଓ ଆଶ୍ଚର୍ଯ୍ୟକର କଥା ହେଉଛି ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମ୍ କେ ଷ୍ଟାଲିନ ନିଜେ ପରାଜିତ ହୋଇଛନ୍ତି । ସେ ତାଙ୍କର ପାରମ୍ପରିକ ଆସନ କୋଲାଥୁରରୁ ନିର୍ବାଚନ ଲଢ଼ୁଥିଲେ । ତାଙ୍କୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଟିଭିକେ ପ୍ରାର୍ଥୀ ଭି.ଏସ୍ ବାବୁଙ୍କ ଠାରୁ ପରାଜିତ ହୋଇଛନ୍ତି । ଶେଷ ସୂଚନା ମୁତାବକ ଟିଭିକେ ପ୍ରାର୍ଥୀଙ୍କୁ ୭୬୭୯୬ ଭୋଟ ମିଳିଥିବା ବେଳେ ଷ୍ଟାଲିନଙ୍କୁ ୬୮୫୧୨ ଖଣ୍ଡ ଭୋଟ ମିଳିଛି । ସେହିଭଳି ଏଆଇଏଡିଏମକେ ପ୍ରାର୍ଥୀଙ୍କୁ ମାତ୍ର ୧୭୩୨୫ ଖଣ୍ଡ ଭୋଟ ମିଳିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking