ମୟୁରଭଞ୍ଜ: ଦୀର୍ଘ ଦୁଇତିନି ଦଶନ୍ଧି ପରେ ପୁଣି ନାଟକ ଲେଖିବେ ନାଟ୍ୟକାର ସୂର୍ଯ୍ୟକାନ୍ତ ଆରୁଖ l ନିର୍ଦ୍ଦେଶକ ରଘୁ ଆଚାର୍ଯ୍ୟଙ୍କ ଅନୁରୋଧ କ୍ରମେ ପୁଣି ଲେଖା ଆରମ୍ଭ କରିବେ ନାଟ୍ୟକାର ସୂର୍ଯ୍ୟକାନ୍ତ ଆରୁଖ l ତିରିଶ ବର୍ଷ ପୂର୍ବରୁ ଶାଗୁଣା ବସିଛି ଡେଣା ମେଲାଇ ବହି ଲେଖି ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ତାଙ୍କର ପାଣ୍ଡୁଲିପି ନେଇଯିବା ପରେ ଆଉ ବହିରେ ନାଟ୍ୟକାର ଭାବରେ ସୂର୍ଯ୍ୟକାନ୍ତ ଆରୁଖଙ୍କ ନାମ ବହିରେ ଉଲ୍ଲେଖ ରହିଲା ନାହିଁ । ଯୋଉଥିପାଇଁ ଅଭିମାନ କରି ନାଟକ ଲେଖା ବନ୍ଦ କରିଥିଲେ l ତେବେ ନିର୍ଦ୍ଦେଶକ ରଘୁ ଆଚାର୍ଯ୍ୟଙ୍କ ଅନୁରୋଧ ପରେ ପୁଣି ନାଟକ ଲେଖିବାକୁ ସମ୍ମତି ଦେଇଛନ୍ତି ନାଟ୍ୟକାର ସୂର୍ଯ୍ୟକାନ୍ତ । ଆଉ ନାଟକ ଲେଖିବା ପୂର୍ବରୁ ଆଜି ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରିଙ୍କ ନିକଟରେ ପୂଜା ଅର୍ଚ୍ଚନା କରି ପାଣ୍ଡୁଲିପି ଲେଖା ଆରମ୍ଭ କରିବେ ବୋଲି କହିଛନ୍ତି l ତେବେ ଏଥର ଲେଖିବାକୁ ଯାଉଥିବା ବହିର ନାମ ରଖାଯାଇଛି,”ବ୍ରହ୍ମ ଚୋରୀ” l ଏହି ନାଟକ ସାମାଜିକ, ପୌରାଣିକ, କାଳ୍ପନିକ,ଇତିହାସ, ବିଜ୍ଞାନ ପୃଷ୍ଠଭୂମି ଉପରେ ଆଧାରିତ ରହିବ ବୋଲି ମିଳିଥିବା ସୂଚନାରୁ ଜଣାପଡିଛି l









