29.1 C
Bhubaneswar
Monday, May 4, 2026
Homeଓଡିଶାପାଣି ପାଇଁ ରାସ୍ତାରୋକ: ବାଲଟି ଧରି ରାସ୍ତାରେ ବସିଲେ ମହିଳା

ପାଣି ପାଇଁ ରାସ୍ତାରୋକ: ବାଲଟି ଧରି ରାସ୍ତାରେ ବସିଲେ ମହିଳା

ରାୟଗଡା: ପାଣି ପାଇଁ ରାସ୍ତାରୋକ । ବାଲଟି ଧରି ରାସ୍ତାରେ ବସିଲେ ମହିଳା । ରାୟଗଡା  କାଶୀପୁର  ବ୍ଲକ  ଦୁଡୁକା ବାହଲ ଗାଁରେ  ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ମହିଳାଙ୍କ  ରାସ୍ତାରୋକ ଯୋଗୁଁ  ରାସ୍ତାର ଦୁଇ ପାଶ୍ୱର୍ରେ  ଅନେକ ଗାଡି ଅଟକି ରହିଥିଲା  କାଶୀପୁର ରାୟଗଡାକୁ ଯୋଗାଯୋଗ ସମ୍ପୁର୍ଣ୍ଣ  ଭାବେ ବନ୍ଦ ରହିଥିଲା । ଦୁଡୁକାବହଲ ଠାରେ  ଥିବା ନଳକୂପରୁ ଆବଶ୍ୟକ ପରିମାଣର  ପାନୀୟଜଳ ବାହାରୁନଥିବା ବେଳେ  ଆଉ କିଛି ଖରାପ ହୋଇଯାଇଛି ।  ୧୫ରୁ ୨୦ ଦିନ  ଧରି  ପାନୀୟ ଜଳ  ନପାଇ ହଇରାଣ ହେଉଥିବା ଅଭିଯୋଗ ପରେ ବି  ବିଭାଗୀୟ  ଅଧିକାରୀ  ଚୁପ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।  ଶେଷରେ ଆଜି ରାସ୍ତାରେ  ଗରା,  ବାଲଟି ରଖି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପହଞ୍ଚି  ବୁଝାସୁଝା କରିବା ସହ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking