ଯାଜପୁର: ଯାଜପୁରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଫୁଙ୍କନଳିରେ ପିଟି ସ୍ତ୍ରୀକୁ ନିର୍ମମ ହତ୍ୟା କରିଛି ସ୍ୱାମୀ । ଏହି ଅଭାବନୀୟ ଘଟଣାଟି ବାଉଁଶମୂଳି ପଞ୍ଚାୟତ ହରିଣଟିକିରି ଗାଁରେ ଘଟିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହକୁ ହେପାଜତକୁ ନେଇ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ପୋଲିସ । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କେଉଁ କାରଣରୁ ସ୍ୱାମୀ ତାଙ୍କ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି ତଦନ୍ତ ପରେ ସେ ସମ୍ପର୍କରେ ସୂଚନା ମିଳିପାରିବ ।









