14.1 C
Bhubaneswar
Saturday, December 6, 2025
Homeଓଡିଶାକୀଟନାଶକ ପିଇ ଆତ୍ମହତ୍ୟା କଲେ ଚାଷୀ

କୀଟନାଶକ ପିଇ ଆତ୍ମହତ୍ୟା କଲେ ଚାଷୀ

ଭବାନୀପାଟଣା: ଭବାନୀପାଟଣାରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା କରିଥିବା ନେଇ ହୋଇଛି ଅଭିଯୋଗ । ଟିଟିଲାଗଡ ବ୍ଲକ କଣ୍ଡରା ଗାଁରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କୀଟନାଶକ ପିଇବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଜିଲ୍ଲାମୁଖ୍ୟ ହସ୍ପିଟାଲକୁ ନେବା ସମୟରେ ମୃତ୍ୟୁବରଣ କରିଥିଲେ ଚାଷୀ ଜଣକ । ବର୍ଷା ଅଭାବରୁ ଧାନ ଓ କପା ଚାଷ ନଷ୍ଟ ହୋଇଯାଇଥିଲା । ଏଥି ସହିତ ଗ୍ରୁପ ଋଣ ଚାପ ମଧ୍ୟ ରହିଥିଲା । ଯାହା ତାଙ୍କ ଆତ୍ମହତ୍ୟାର କାରଣ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking