27.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଦିଲ୍ଲୀରେ ବିରୋଧୀଙ୍କ ଶୋଭାଯାତ୍ରା

ଦିଲ୍ଲୀରେ ବିରୋଧୀଙ୍କ ଶୋଭାଯାତ୍ରା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବିରୋଧୀ ସାଂସଦଙ୍କ ଶୋଭାଯାତ୍ରା । କଂଗ୍ରସ ସମେତ ବିଭିନ୍ନ ବିରୋଧୀ ଦଳର ସାଂସଦଙ୍କ ଶୋଭଯାତ୍ରା । ଆପଣଙ୍କୁ କହି ରଖୁଛୁ ଯେ ଏହି ପଦଯାତ୍ରାରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ, ଡିଏମକେ ଏବଂ ଅନେକ ଦଳର ନେତା ସାମିଲ ଅଛନ୍ତି। ସଂସଦ ଭବନଠାରୁ ଇସି ଅଫିସ ପଯ୍ୟନ୍ତ ରାଲିରେ ବାହାରିଲେ । ଏସଆଇଆର ଓ ଭୋଟ ଚୋରି ଅଭିଯୋଗ ଆଣି ପ୍ରତିବାଦ କରିଛନ୍ତି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ବିରୋଧୀ ସାଂସଦମାନଙ୍କୁ ଅଟକାଇଛି, ଯାହା ପରେ ସେମାନେ ସେଠାରେ ବସି ପ୍ରତିବାଦ କରୁଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଏବଂ ସାଂସଦ ଅଖିଳେଶ ଯାଦବ ମଧ୍ୟ ବ୍ୟାରିକେଡ୍ ପାର ହୋଇ ଅନ୍ୟ ପାର୍ଶ୍ୱରେ ପ୍ରତିବାଦରେ ସାମିଲ ହୋଇଛନ୍ତି। ସେ କହିଛନ୍ତି ଯେ ଆମକୁ ରୋକିବା ପାଇଁ ପୋଲିସକୁ ବ୍ୟବହାର କରାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking