16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶପ୍ରେମିକ ସହ ମିଶି ସ୍ୱାମୀର ଜୀବନ ନେଲା ସ୍ତ୍ରୀ

ପ୍ରେମିକ ସହ ମିଶି ସ୍ୱାମୀର ଜୀବନ ନେଲା ସ୍ତ୍ରୀ

ନୂଆଦିଲ୍ଲୀ : ପ୍ରେମିକଙ୍କ ସହ ସମ୍ପର୍କ ରଖୁଥିଲେ ସ୍ତ୍ରୀହେଲେ ଉଭୟଙ୍କ ସମ୍ପର୍କକୁ ବିରୋଧ କରି ଆସୁଥିଲେ ସ୍ୱାମୀ ।  ଏନେଇ  ସବୁ ଦିନ ପାଇଁ ସ୍ୱାମୀ ରାସ୍ତାରୁ ହଟାଇବାକୁ ପ୍ରେମିକ ସହ ମିଶି ରଚିଲେ ଷଡଯନ୍ତ୍ରଗୁରୁବାର ବିଳମ୍ବିତ ରାତିରେ ସ୍ୱାମି ଙ୍କୁ ଛୁରୀ ଭୁସି ହତ୍ୟା କଲେ ପ୍ରେମିକ , କେତେ ଜଣ ଦୁର୍ବୃତ୍ତଏଭଳି ଘଟଣା ଘଟିଛି ଉତ୍ତର ରପ୍ରଦେଶ ଶାମଲି ଜିଲ୍ଲାରେ । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି

ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତର ରପ୍ରଦେଶ ଶାମଲି ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀଙ୍କ ପ୍ରେମିକ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ଶାହନୱାଜ । ମୃତ ସ୍ୱାମୀ ଶାହନୱାଜଙ୍କ ପତ୍ନୀ ତାଙ୍କ ପ୍ରେମିକ ମାଫରିନଙ୍କ ସହ ବାଇକରେ ତାଙ୍କ ଭାଇଙ୍କ ବିବାହରେ ଯୋଗ ଦେବାକୁ ଯାଉଥିବା ବେଳେ ଅଭିଯୁକ୍ତମାନେ ଶାହନୱାଜଙ୍କ ବାଇକକୁ ଓଭରଟେକ କରି ଅଟକାଇ ନିର୍ଧୁମ ମାଡ ମାରି ଛୁରୀ ଭୁସିଥିଲେ । ଏଭଳି କାଣ୍ଡ ଭିଆଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ଘଟଣାର ତଦନ୍ତ କରିବା ପରେ ଜଣାପଡିଲା ଯେ, ଶାହନୱାଜଙ୍କ ସମ୍ପର୍କୀୟ ଭାଇ ତାସାୱାର, ତାଙ୍କ ବନ୍ଧୁ ସୋଏବ ଏବଂ ମାଫରିନ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ । ପୋଲିସ ମୃତକଙ୍କ ପତ୍ନୀ ଏବଂ ମାଫରିନଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ପୋଲିସ ଅଭିଯୁକ୍ତଙ୍କୁ ଧରି ପଚରାଉଚରା କରିଥିଲେ । ମାଫରି କହିଥିଲେ ଯେ ଶାହନୱାଜଙ୍କୁ ଖୁରଗାନ ରାସ୍ତାରେ କିଛି ଡକାୟତ ହତ୍ୟା କରିଛନ୍ତି । କିଛି ସମୟ ପରେ ସେମାନେ ସ୍ୱୀକାର କରିଛନ୍ତିପୋଲିସ ମୃତକଙ୍କ ମୃତଦେକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking