ଭୁବନେଶ୍ୱର : ଜଳିଗଲା ଆମ୍ବୁଲାନ୍ସ । ରୋଗୀଙ୍କୁ ଛାଡ଼ି ଫେରିବାବେଳେ ହୁତ୍ହୁତ୍ ହୋଇ ଜଳିଗଲା ଆମ୍ବୁଲାନ୍ସ । ଭୁବନେଶ୍ୱରର ଖଣ୍ଡଗିରି ନିକଟସ୍ଥ ଜାଗମରା ବେସ୍ରେ ଆଜି ଭୋର ସମୟରେ ଏକ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ ଘଟିଛି । ଆମ୍ବୁଲାନ୍ସଟି ରୋଗୀକୁ ଛାଡ଼ି ଫେରିବା ପରେ ବେସ୍ରେ ରଖାଯାଇଥିଲା । ମାତ୍ର କିଛି ସମୟ ମଧ୍ୟରେ ଆମ୍ବୁଲାନ୍ସର ଆଗ ଭାଗରୁ ହଠାତ୍ ନିଆଁ ବାହାରିଥିଲା । ଟଣାର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଘଟଣା ସମୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ବାହାରେ ଥିବାରୁ କୌଣସି କ୍ଷତି ହୋଇନାହିଁ ।










