37.1 C
Bhubaneswar
Monday, June 1, 2026
Homeଓଡିଶାଥାନା ଥାର୍ଡ ଡିଗ୍ରୀ: ୩ ପୋଲିସ ସସପେଣ୍ଡ

ଥାନା ଥାର୍ଡ ଡିଗ୍ରୀ: ୩ ପୋଲିସ ସସପେଣ୍ଡ

ଗଞ୍ଜାମ: କବିସୂର୍ଯ୍ୟନଗର ଥାନା ଥାର୍ଡ ଡିଗ୍ରୀ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ । ପୋଲିସ ପ୍ରଶାନର ବଡ ତତ୍ପରତା ଦେଖାଦେଇଛି । ଆଇପିଏସ ନିତିଶ କୁମାର ମିଶ୍ରଙ୍କୁ ଗଞ୍ଜାମ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏସଆଇ ସମୀର କୁମାର ରାଉତ, ବାଲିଚାଇ ଫାଣ୍ଡି ଏଏସଆଇ ବୈକୁଣ୍ଠ ଜେନା , କନଷ୍ଟେବଲ ସୁମନ କୁମାର ସାହୁଙ୍କୁ ସସପେଣ୍ଡ କରାଯାଇଛି । ଡ୍ରାଇଭର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି । ଏଥିସହ କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ ଫାଣ୍ଡିର ସବୁ ପୋଲିସଙ୍କ ବଦଳି ନିର୍ଦ୍ଦେଶ ଦିଆଯାଇଛି । କିଛି ସମୟ ପୂର୍ବରୁ ଏଚଆରପିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ । ସୂଚନାଥାଉକି, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନାରେ ପୋଲିସ ମାଡରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ପୋଲିସ ମାଡରେ ପ୍ରାଣ ହରାଇଥିବା ଦିବ୍ୟାଙ୍ଗ ହେଉଛନ୍ତି ସୁବୁଳିଆ ଗାଁର ୩୨ ବର୍ଷୀୟ ସୁଶାନ୍ତ ସାହୁ ତାଙ୍କ ପତ୍ନୀଙ୍କ ଅଭିଯୋଗ ହିସାବରେ ଗଲା ୨୫ ତାରିଖରେ ପଥର ବ୍ଲାଷ୍ଟିଂ ମାମାଲାରେ ସୁଶାନ୍ତଙ୍କୁ ଥାନାକୁ ପୋଲିସ ନେଇଥିଲା । କାଲି ପରିବାର ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ସୁଶାନ୍ତଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ଆସିକା ପରେ ବ୍ରହ୍ମପୁର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ, କିନ୍ତୁ ସେଠି ତାଙ୍କର ମୃତ୍ୟୁ ହୋଇଥିଲା ।ଥାନାରେ ମାଡ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକମାନେ ଅଭିଯୋଗ କରିଛନ୍ତି ।

ତେବେ ବଡ ପ୍ରଶ୍ନ ହେଉଛି , ପୋଲିସ ଲୋକଙ୍କୁ ହାଜତକୁ ନେଇ ଥାର୍ଡ ଡିଗ୍ରୀ କରିବାର ଅଧିକାର ଦେଲା କିଏ? ଯଦିଓ ଦୋଷୀ ଦୋଷ କରିଛି ତାକୁ କୋର୍ଟଚାଲାଣ ନକରି କାହିଁକି ୨୪ ଘଣ୍ଟାରୁ ଅଧିକ ଦିନ ଧରି ରଖୁଛନ୍ତି । ପରେ ଲହୁ ଲୁହାଣ କରି ମାଡ ମାରି ମେଡିକାଲକୁ ନେଉଛନ୍ତି । କାହିଁକି ଏଭଳି ପୋଲିସ ର ଆଚରଣ ? ଏହା କେଉଁ ଧାରାରେ ଉଦ୍ଧିଷ୍ଟ ? ପୋଲିସ ଜନ ରକ୍ଷକ ନା ଜନ ଭକ୍ଷକ ମନରେ ପ୍ରଶ୍ନ ଉଠୁଛି । ଏସବୁ ଛଡା ଜଣଙ୍କ ଜୀବନ ଗଲା ପରେ କାହିଁକି ପୋଲିସ ପ୍ରସାଶନ ଚେତୁଛି । ବଦଳି କରିବା, ସସପେଣ୍ଡ କରିବା, ବହିଷ୍କାର କରିବା ଏହା ଉଚିତ ଦଣ୍ଡ । ଏହା କରିବା ଦ୍ୱାରା ପୋଲିସର ଥାର୍ଡ ଡିଗ୍ରୀରେ ନିହତ ହୋଇଥିବା ଲୋକଟି ବଞ୍ଚି ଯିବ କି ? ତା ପରିବାରକୁ ନ୍ୟାୟ ମିଳିଯିବକି ? ପୋଲିସର ବର୍ଦ୍ଦି ଦେଖି ଯଦି ଲୋକମାନେ ସମ୍ମାନ ଦେଉଛନ୍ତି କାହିଁକି ପୋଲିସ ଲୋକଙ୍କ ପ୍ରତି କ୍ରୁର ମନୋଭାବ ଦେଖାଉଛି । ଅନ୍ୟ କଥା ହେଉଛି , ବଡ ବଡ ବାବୁଙ୍କ ବଦଳି ହେଉଛି ଆଉ ନିଲମ୍ବିତ କରାଯାଉଛି , କାହିଁକି ଛୋଟ ପଦବୀରେ ଥିବା ସରକାରୀ କର୍ମଚାରୀର ପଦବୀକୁ ବହିଷ୍କାର କରାଯାଉଛି ତାହା ଏବେ ବି ମନରେ ପ୍ରଶ୍ନ ଛିଡା ହୋଇ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking