ଯଶିପୁର: ଯଶିପୁର ବ୍ଲକ ଶିମିଳିପାଳ ବନାଞ୍ଚଳ ବେଷ୍ଟିତ ଏକତାଳି ପଞ୍ଚାୟତ କୁମୁଡ଼ା ବାଡ଼ି ବନ୍ଧ ପାଖରେ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଖଣ୍ଡିତ ଗୋଡ଼ ଉଦ୍ଧାର। ମହାବଳ ବାଘ ଆକ୍ରମଣ ଜନିତ ଘଟଣl ବୋଲି ସ୍ଥାନୀୟ ଲୋକେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି lପାଖ ଗାଁ ବସନ୍ତପୁରର ସାଧୁ ନାଏକ କାଲି ବନ୍ଧ ପାଖ ରାଜାମ ସାହିକୁ ଯାଇଥିଲା ବେଳେ ଏହି ଅଘଟଣ ଘଟିଥିଲା l ଛେଳି ପାଇଁ ଡାଳ କାଟୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା l ରାତିରେ ଲୋକ ତାକୁ ଖୋଜି ନ ପାଇ ଆଜି ଏଭଳି ଖଣ୍ଡିତ ଗୋଡ଼ ମିଳିଥିଲା l ବନ ବିଭାଗ ରେଞ୍ଜର ଯଶିପୁର, ଆଇ ଆଇ ସି ସ୍ଥାନୀୟ ଜନ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ବି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସ୍ଥାନୀୟ ବାସିନ୍ଦା ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି l ବାଘ ଆକ୍ରମଣଜନିତ ବୋଲି ଅଭିଯୋଗ ହେଉଛି l ପୂର୍ବରୁ ଏ ଅଞ୍ଚଳର ବହୁ ଛେଳିଙ୍କୁ ଆକ୍ରମଣ ହୋଇଥିବା ଘଟଣା ପରେ ଏ ଘଟଣା ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।










