35.1 C
Bhubaneswar
Monday, June 1, 2026
Homeଓଡିଶା୩ ଡିଗ୍ରୀ ବଢ଼ିବ ତାପମାତ୍ରା !

୩ ଡିଗ୍ରୀ ବଢ଼ିବ ତାପମାତ୍ରା !

ଭୁବନେଶ୍ୱର: ବୌଦ୍ଧ ଏବଂ ଖୋର୍ଦ୍ଧାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ରବିବାର ବୌଦ୍ଧରେ ଦିନ ତାପମାତ୍ରା ସବୁଠୁ ଅଧିକ ୪୧ ଡିଗ୍ରୀ ଥିବାବେଳେ ଖୋର୍ଦ୍ଧାରେ ୪୦ ଡିଗ୍ରୀ ରହିଥିଲା । ଭୁବନେଶ୍ୱରରେ ୩୭.୪ ଏବଂ କଟକରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଥିଲା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ; ଆଗକୁ ପୁଣି ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି। ଆଗାମୀ ୪ରୁ ୫ ଦିନରେ ପାରଦ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, ବାଲେଶ୍ବର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଯାଜପୁର, କଟକ, ପୁରୀ ଏବଂ ଖୋରଧା ଜିଲାକୁ କାଳବୈଶାଖୀ ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking