25.1 C
Bhubaneswar
Saturday, February 7, 2026
Homeଓଡିଶାକୁକୁଡ଼ା ଚାଷୀଙ୍କ ଆନ୍ଦୋଳନ ସ୍ଥଗିତ

କୁକୁଡ଼ା ଚାଷୀଙ୍କ ଆନ୍ଦୋଳନ ସ୍ଥଗିତ

ପୁରୀ: ଦୀର୍ଘ ୧୫ ଦିନ ଧରି ଡେଲାଙ୍ଗ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଡେଲାଙ୍ଗ କୁକୁଡ଼ା ଚାଷୀ । ଅଭିଯୋଗ ଥିଲା କ୍ଷତିଗ୍ରସ୍ତ ଚାଷୀ ଙ୍କୁ ସରକାରୀ ସହାୟତା ପ୍ରଦାନ , ମାତ୍ର ସରକାରୀ ଅଧିକାରୀ କି ସରକାର ଏ ନେଇ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ଚୁପ ରହିଥିଲେ । ୧୫ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ କାରୀ ଚାଷୀ ଧାରଣା ଦେଇଥିବା ବେଳେ ଆଜି ଡେଲାଙ୍ଗ ରେ ପହଞ୍ଚି ଥିଲେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ । ବିଜେଡ଼ି, ଏନ୍ସିପି, RJD, ସିପିଆଇ, ସିପିଆଇ ଲିବରଶନ,ଫରୱାର୍ଡ ବ୍ଲକ ର ରାଜ୍ୟ ନେତୁତ୍ବ ମାନେ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀ ମାନଙ୍କୁ ବୁଝାସୁଝା କରିଥିଲେ। ଆନ୍ଦୋଳନ ଆଉ ଡେଲାଙ୍ଗ ରେ ନୁହେଁ ଏହାକୁ ରାଜ୍ୟ ବ୍ୟାପି କରାଯିବ ଚାଷୀ ଙ୍କ ଆନ୍ଦୋଳନ ରେ ବିରୋଧୀ ଦଳର ନେତୁତ୍ବ ମାନେ ସାମିଲ ହୋଇ ରାଜ୍ୟ ସରକାର ଙ୍କୁ କୁକୁଡ଼ା ଚାଷୀ ମାନଙ୍କ ପାଇଁ ସ୍ଵତନ୍ତ୍ର ଆଇନ ପାଇଁ ସୁପାରିଶ କରାଯିବ,ଆବଶ୍ୟକ ପଡ଼ିଲେ ଚାଷୀ ଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ୧୫ ଦିନ ଧରି ଚାଲିଥିବା ଆନ୍ଦୋଳନ କୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା । ଏହି ଆନ୍ଦୋଳନ ର ନେତୁତ୍ବ ନେଉଥିବା ଚାଷୀ ନେତା ଅଶୋକ ପ୍ରଧାନ ଓ ଚାଷୀ ମାନେ ଏହି ଆନ୍ଦୋଳନ କୁ ସାମୟିକ ଭାବେ ସ୍ଥଗିତ ରଖାଯିବା ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking