ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ସମାବେଶରେ ରାହୁଲ ଗାନ୍ଧି ା ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲଙ୍କ ସହ ମଲ୍ଲିକାର୍ଜୁନ ଖଡଗେ, କେ.ସି ବେଣୁ ଗୋପାଳ ବି ସାମିଲ ଅଛନ୍ତି । ପିସିସି ସଭାପତିଙ୍କ ସମେତ ରାଜ୍ୟର ଅନେକ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲ ସାମିଲ ହୋଇ ସମ୍ବୋଧନ କରିଛନ୍ତି । ରଥଯାତ୍ରା ଅଘଟଣକୁ ନେଇ ଟାର୍ଗେଟ କଲେ ରାହୁଲ । ଅଦାନୀଙ୍କ ପାଇଁ ରଥକୁ ରୋକାଯାଉଛି କହିଲେ ରାହୁଲ । ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର । ଓଡିଶାରେ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇଛନ୍ତି । ଏମାନେ କୁଆଡେ ଗଲେ କେହି ଜାଣି ନାହାନ୍ତି । ମହିଳା ଦମ୍ର୍ ହେଉଛି , କିନ୍ତୁ ସରକାର ନୀରବଦ୍ରଷ୍ଟା । ମୁଁ ଏହି ସରକାର ବିରୋଧରେ ଲଢିବାକୁ ଚାହୁଁଛି । ଏଠାକାର ସରକାରଙ୍କୁ ହଟାଇବାକୁ ଚାହୁଁଛି । ଦଳିତଙ୍କୁ ନା ସରକାରରେ ସ୍ଥାନ ମିଳୁଛି, ନା ବ୍ୟୁରୋକେସିରେ । ଜାତି ଜନଗଣନା ନିହାତି ଜରୁରୀ, ଏହା ସେମାନଙ୍କୁ ସଶକ୍ତ କରିବ ।









