ନୂଆଦିଲ୍ଲୀ: ଚୋରାପୀରତି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଥିବା ବେଳର ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ। ଉତ୍ତର ପ୍ରଦେଶ ମୁରାଦାବାଦ ଜିଲ୍ଲାର ମଝୋଲା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସ୍ୱାମୀ ଘରେ ନଥିବା ବେଳେ ମହିଳା ଜଣକ ତା’ ପ୍ରେମିକକୁ ଘରକୁ ଡାକିଥିଲା। ଏହି ସମୟରେ ହଠାତ୍ ସ୍ୱାମୀକୁ ସନ୍ଦେହ ହୋଇଥିଲା। ସେ ଆଉ କାମକୁ ନ ଯାଇ ଘରକୁ ଆସିଥିଲେ। ସେଠାରେ ସେ ନିଜ ସ୍ତ୍ରୀ ସାଙ୍ଗରେ ଅନ୍ୟ ପୁରୁଷକୁ ଧରିନେଇଥିଲେ। ଘଟଣାସ୍ଥଳରେ ପୋଲିସ ସେମାନଙ୍କୁ ଧରି ଥାନାକୁ ଆଣିଥିଲା। ଏହାପରେ ପଞ୍ଚାୟତର ଲୋକେ ଥାନାକୁ ଯାଇଥିଲେ ସମାଧାନ ପାଇଁ। ସେଠାରେ ସବୁକିଛି ସମାଧାନ ପରେ ସ୍ତ୍ରୀକୁ ଘରକୁ ଆଣିଲା ସ୍ୱାମୀ। ଏହାପରେ ଅଭିଯୋଗ ହୋଇଛି ଯେ, ସ୍ତ୍ରୀ ଜଣକ ଘରେ ପହଞ୍ଚିବା ପରେ ସ୍ୱାମୀକୁ ଧମକ ଦେଇଛି। ସେ କହିଛି ଯେ, ମୋତେ ଛାଡ଼ି ଦିଅ, ନଚେତ ମୋ ପ୍ରେମିକ ସାଙ୍ଗେ ମିଶି ତୁମକୁ ହତ୍ୟା କରିଦେବି। ଏହାପରେ ସ୍ୱାମୀ ଥାନାରେ ଏହି ଅଭିଯୋଗ ଦାଖଲ କରିଛି।










