13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶବଢ଼ିଲା ଶେଖ୍‌ ହସିନାଙ୍କ ଅଡ଼ୁଆ

ବଢ଼ିଲା ଶେଖ୍‌ ହସିନାଙ୍କ ଅଡ଼ୁଆ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଚି । ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଶେଖ ହସିନାଙ୍କୁ ଜୁନ୍ ୨୪ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରିବ୍ୟୁନାଲ୍‌ରେ ଶେଖ ହସିନାଙ୍କ ବିରୋଧରେ ମାନବତା ବିରୋଧୀ ଅପରାଧ, ହତ୍ୟା ଏବଂ ଗଣହତ୍ୟା ଭଳି ଗମ୍ଭୀର ଅଭିଯୋଗର ମାମଲା ବିଚାରାଧୀନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଜୁଲାଇ ୨୦୨୪ରେ ବାଂଲାଦେଶରେ ଛାତ୍ର ବିଦ୍ରୋହ ସମୟରେ ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବା ପାଇଁ ଷଡ଼ଯନ୍ତ୍ର ରଚିବାର ଅଭିଯୋଗ ରହିଛି।

ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ ଏବଂ ତତ୍କାଳୀନ ପୋଲିସ ମହାନିରୀକ୍ଷକ (ଆଇଜିପି) ଚୌଧୁରୀ ଅବଦୁଲ୍ଲା ଅଲ-ମାମୁନଙ୍କୁ ମଧ୍ୟ ଏହି ମାମଲାରେ ସହ-ଅଭିଯୁକ୍ତ କରାଯାଇଛି। ଅବଦୁଲ୍ଲା ଅଲ-ମାମୁନଙ୍କୁ ପୂର୍ବରୁ ଗିରଫ କରାଯାଇ ଟ୍ରିବ୍ୟୁନାଲ୍‌ରେ ହାଜର କରାଯାଇଥିବା ବେଳେ ହସିନା ଏବଂ ଅସଦୁଜ୍ଜମାନ ଫେରାର୍ ଥିବା କୁହାଯାଉଛି। କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଜୁନ୍ ୨୪ ସୁଦ୍ଧା ଆତ୍ମସମର୍ପଣ କରିବା ପାଇଁ ଶେଷ ସୁଯୋଗ ଦେଇଛନ୍ତି। ଯଦି ସେମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ହାଜର ନ ହୁଅନ୍ତି, ତେବେ କୋର୍ଟ ସେମାନଙ୍କ ଅନୁପସ୍ଥିତିରେ ଶୁଣାଣି ଜାରି ରଖିବେ।

ପ୍ରସିକ୍ୟୁସନ୍ ଟ୍ରିବ୍ୟୁନାଲ୍‌କୁ ସୂଚନା ଦେଇଛି ଯେ, ଶେଖ୍ ହସିନା ଦେଶ ଛାଡି ଭାରତ ଚାଲିଯାଇଛନ୍ତି ଏବଂ ସେଠାରେ ଆଶ୍ରୟ ନେଇଛନ୍ତି। ବାଂଲାଦେଶ ପୁଲିସ ଢାକାରେ ହସିନାଙ୍କ ବାସଭବନ ସମେତ ଅନେକ ସମ୍ଭାବ୍ୟ ସ୍ଥାନରେ ତଲାସି ଅଭିଯାନ ଚଳାଇଥିଲା, କିନ୍ତୁ ତାଙ୍କୁ କୌଣସି ସ୍ଥାନରେ ତାଙ୍କୁ ପାଇନଥିଲା। ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ ମଧ୍ୟ ଏକ ଅଜ୍ଞାତ ସ୍ଥାନରେ ଲୁଚି ରହିଥିବା କୁହାଯାଉଛି । ସେଥିପାଇଁ ତାଙ୍କୁ ଗିରଫ କରାଯାଇପାରିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking