21.1 C
Bhubaneswar
Saturday, December 6, 2025
Homeଓଡିଶାଥାଇରଏଡ୍‌ର ଲକ୍ଷଣ ଓ ନିରାକରଣ ବିଷୟରେ ଜାଣନ୍ତୁ

ଥାଇରଏଡ୍‌ର ଲକ୍ଷଣ ଓ ନିରାକରଣ ବିଷୟରେ ଜାଣନ୍ତୁ

ଭୁବନେଶ୍ୱର: ଆମ ଶରୀରରେ ଥାଇରଏଡ ସିଷ୍ଟମ ଅତି ଗୁରୁତ୍ବପୂର୍ଣ୍ଣ । ଥାଇରଏଡ ଗ୍ରନ୍ଥି ମେଟାବୋଲିଜିମ୍ ରେଗୁଲେଟ୍ କରିବାରେ ବଡ଼ ଭୂମିକା ଗ୍ରହଣ କରେ । ହେଲେ ଯଦି ଥାଇରଏଡ ଗ୍ରନ୍ଥି ଦ୍ବାରା ବାହାରୁଥିବା ଥାଇରକ୍ସିନ ହରମୋନ୍ ଅଧିକ କିମ୍ବା ବହୁତ କମ୍ ହୁଏ ତେବେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇପାରେ । ଥାଇରଏଡ ଜନିତ ସମସ୍ୟାକୁ ଦୁଇ ପ୍ରକାରେ ବିଭକ୍ତ କରାଯାଏ । ଯଦି ଥାଇରଏଡ ହରମୋନ ଉତ୍ପାଦନ ଆବଶ୍ୟକତା ଠାରୁ ଅଧିକ ହୁଏ ତେବେ ଏହି ସ୍ଥିତିକୁ ’ହାଇପରଥାଇରାଏଡଜିମ୍’ କୁହାଯାଏ । ଆବଶ୍ୟକତାଠାରୁ କମ୍ ହେଲେ ’ହାଇପୋଥାଇରଏଡଜିମ୍’ କୁହାଯାଏ ।

ହାଇପରଥାଇରଡିଜିମ୍ ଲକ୍ଷଣ:

  • ଥାଇରଏଡ ସମସ୍ୟା ଥିବା ଲୋକଙ୍କୁ ଅଧିକ ଥକ୍କା ଲାଗିଥାଏ ।
  • ଥାଇରଏଡ ହରମୋନ କମିଲେ ଓଜନ ବୃଦ୍ଧି ପାଏ
  • ଅଧିକ କେଶ ଝଡ଼େ
  • ଅତ୍ୟଧିକ ଝାଳ ବୋହେ
  • ଡ୍ରାଏ ସ୍କିନ ବା ତ୍ବଚା ଶୁଷ୍କ ଲାଗେ
  • ଥାଇରଏଡ ଗ୍ରନ୍ଥିରେ ପରିବର୍ତ୍ତନ ଯୋଗୁଁ ବେକ ଫୁଲେ
  • ଶରୀରର ତାପମାତ୍ରା ବଦଳେ
  • ପାଗ ଭଲ ଥିଲେ ବି ଥଣ୍ଡା ନହେଲେ ଗରମ ଲାଗେ
  • ପତଳା ଶୁଖିଲା କେଶ ଏବଂ ନଖ ଭଙ୍ଗୁର ହେବ
  • ଗୋଡ, ଗଣ୍ଠି ଓ ବାହୁରେ ଯନ୍ତ୍ରଣା
  • ହାତ ଝିମ୍‌ଝିମ୍ ଲାଗେ
  • କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦିଏ
  • ମାସିକ ଋତୁସ୍ରାବ ଅନିୟମିତ ହୁଏ

ହାଇପୋଥାଇରଏଡିଜିମ୍ ଲକ୍ଷଣ:

  • ଶରୀରରେ ଥାଇରଏଡ ହରମୋନ ଅଧିକ ବଢିଗଲେ ଓଜନ ହ୍ରାସ ପାଏ
  • ମାଂସପେଶୀ ଦୁର୍ବଳ ହୁଏ ଓ ହାତ ଥରେ
  • ଆଖି ସମସ୍ୟା ଦେଖାଦିଏ
  • ଅନିୟମିତ ଋତୁସ୍ରାବ ହୁଏ

ପରିବର୍ତ୍ତିତ ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ, ଶାରିରୀକ ଗତିବିଧିର ଅଭାବ ଯୋଗୁଁ ବର୍ତ୍ତମାନ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି । ସେଥିମଧ୍ୟରୁ ଥାଇରଏଡ ଅନ୍ୟତମ । ବିଶେଷକରି ମହିଳାମାନଙ୍କ ମଧ୍ୟରେ ଥାଇରଏଡ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking