29.1 C
Bhubaneswar
Tuesday, September 1, 2026
Homeଓଡିଶାଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ ହାତୀ ଆତଙ୍କ

ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ ହାତୀ ଆତଙ୍କ

ଯାଜପୁର: ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ ହାତୀ ଆତଙ୍କ । ଦୀର୍ଘ ୩ ମାସ ହେବ ଜନବସତି ମୁହାଁ ହୋଇଥିବା ଦନ୍ତା ହାତୀ ଏବେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରବେଶ କରିଛି । ଫଳରେ କାରଖାନାରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।ସୂଚନା ଅନୁସାରେ, ଏହି ଦନ୍ତା ହାତୀଟି କେନ୍ଦୁଝର ଆନନ୍ଦପୁର ବନାଞ୍ଚଳରୁ ଆସି ପ୍ରଥମେ ଯାଜପୁର ରୋଡ୍‌ ରେଞ୍ଜର କଙ୍କଡ଼ାଝର ଜଙ୍ଗଲରେ କିଛିଦିନ ରହିଥିଲା । ପରେ ଟମକା ରେଞ୍ଜର ଗାଡ଼ପୁର ଅଞ୍ଚଳରେ ଦୁଇ ମାସରୁ ଅଧିକ ସମୟ ଧରି ରହିଥିଲା । ତେବେ ସୋମବାର ରାତିଠାରୁ ହାତୀଟି କଳିଙ୍ଗନଗର ଶିଳ୍ପାଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି । ଶିଳ୍ପାଞ୍ଚଳରେ ହାତୀ ପଶିବା ପରେ ଶ୍ରମିକ ଓ କାରଖାନା କର୍ମଚାରୀମାନେ କାମ କରିବାକୁ ଭୟ କରୁଥିବା ଜଣାପଡ଼ିଛି । ଅନ୍ୟପଟେ ହାତୀଟିକୁ ଜଙ୍ଗଲ ମୁହାଁ କରାଇବା ପାଇଁ ବନ ବିଭାଗ ପକ୍ଷରୁ ବାରମ୍ବାର ଉଦ୍ୟମ କରାଯାଉଥିଲେ ମଧ୍ୟ ସଫଳତା ମିଳୁନାହିଁ । ହାତୀଟି ଜଙ୍ଗଲକୁ ଫେରିବାକୁ ନାରାଜ ଥିବାରୁ ବନ ବିଭାଗ ମଧ୍ୟ ନାକେଦମ ହେଲାଣି ।ହାତୀକୁ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଟିମ୍‌ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖିବା ସହ ତାକୁ ଜଙ୍ଗଲ ମୁହାଁ କରାଇବାକୁ ଉଦ୍ୟମ ଜାରି ରହିଛି ବୋଲି ଯାଜପୁର ରୋଡ୍‌ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking