29.1 C
Bhubaneswar
Tuesday, September 1, 2026
Homeଦେଶ ବିଦେଶବିଜୟ କୁମାର ମିଶ୍ର ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ

ବିଜୟ କୁମାର ମିଶ୍ର ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ

ଭୁବନେଶ୍ୱର: ଭାରତୀୟ ରେଳ ଆକାଉଣ୍ଟସ ସର୍ଭିସ୍ (IRAS)ର ୧୯୯୧ ବ୍ୟାଚ୍‌ର ବରିଷ୍ଠ ଅଧିକାରୀ ବିଜୟ କୁମାର ମିଶ୍ର ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ଯୋଗଦେଇଛନ୍ତି। ରେଳ ଆର୍ଥିକ ପରିଚାଳନା, ପ୍ରକଳ୍ପ ପରିଚାଳନା, ଟ୍ରେନ୍ ପରିଚାଳନା ଓ ପ୍ରଶାସନ କ୍ଷେତ୍ରରେ ୩୫ ବର୍ଷରୁ ଅଧିକ ବିବିଧ ଅଭିଜ୍ଞତା ସହ ଶ୍ରୀ ମିଶ୍ର ଭାରତୀୟ ରେଳବାଇର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଫଳତାର ସହ କାର୍ଯ୍ୟ କରିଆସିଛନ୍ତି।ବର୍ତ୍ତମାନ ସେ ପୂର୍ବତଟ ରେଳପଥର ପ୍ରମୁଖ ଆର୍ଥିକ ପରାମର୍ଶଦାତା (Principal Financial Adviser – PFA) ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ଏହି ପଦରେ ସେ ଆକାଉଣ୍ଟସ, ଫାଇନାନ୍ସ, ବଜେଟ୍ ପରିଚାଳନା ଏବଂ ଆଭ୍ୟନ୍ତରୀଣ ଅଡିଟ୍‌ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକର ନେତୃତ୍ୱ ଦେଉଛନ୍ତି। ପୂର୍ବତଟ ରେଳପଥ ଭାରତୀୟ ରେଳବାଇର ସର୍ବାଧିକ ଆୟକାରୀ ଜୋନ୍ମାନଙ୍କ ମଧ୍ୟରୁ ଅନ୍ୟତମ।ଏହାପୂର୍ବରୁ ଶ୍ରୀ ମିଶ୍ର ଉତ୍ତର-ପୂର୍ବାଞ୍ଚଳ ସୀମାନ୍ତ ରେଳବାଇର ତିନସୁକିଆ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (DRM) ଭାବେ କାର୍ଯ୍ୟ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking