18.1 C
Bhubaneswar
Monday, December 15, 2025
Homeଓଡିଶାବଜ୍ରପାତରେ ବାପା, ଝିଅ ଓ ମାଉସୀଙ୍କ ମୃତ୍ୟୁ

ବଜ୍ରପାତରେ ବାପା, ଝିଅ ଓ ମାଉସୀଙ୍କ ମୃତ୍ୟୁ

ଜୟପୁର: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଆମ୍ପାବାଲି ପଞ୍ଚାୟତର କନ୍ଧ ପୁଟାବନ୍ଧ ଗ୍ରାମରେ ବୁଧବାର ଘଟିଛି ଏକ ଦୁଃଖଦ ଘଟଣା। ବଜ୍ରପାତରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଏକ ପୋଷା କୁକୁରର ବି ଜୀବନ ଯାଇଛି। ମୃତକମାନେ ହେଲେ ବାପା ଗେମେଲ କ୍ରିଷ୍ଣା, ୧୩ ବର୍ଷର ଝିଅ ଗେମେଲ କମି ଏବଂ ସମ୍ପର୍କୀୟ ମାଉସୀ ଗେମେଲ ତୁମ୍ବାଇ ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ବିଲକୁ କାମ କରିବାକୁ ଯାଇଥିବା ବେଳେ ହଠାତ୍ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଥିଲା। ଫଳରେ ସେମାନେ ଏକ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ଘଟିଥିଲା। ଖବର ଜଣାପଡ଼ିବା ପରେ ଘଟଣାର ତଦନ୍ତ ପାଇଁ ଗ୍ରାମକୁ ରାଜସ୍ୱ ନିରୀକ୍ଷକଙ୍କୁ ପଠାଯାଇଛି ବୋଲି ପଟ୍ଟାଙ୍ଗି ତହସିଲଦାର ବାହାଦୁର ସିଂ ଧାରୁଆ ସୂଚନା ଦେଇଛନ୍ତି। ଏହା ସହିତ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ସହିତ ପ୍ରତି ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କା ଲେଖାଏଁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking