27.1 C
Bhubaneswar
Monday, May 11, 2026
Homeଦେଶ ବିଦେଶଆଇଆଇଟି ବମ୍ବେରେ ଦେଶର ପ୍ରଥମ କାର୍ବନ କ୍ୟାପଚର ଲ୍ୟାବ୍‌ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଆଇଆଇଟି ବମ୍ବେରେ ଦେଶର ପ୍ରଥମ କାର୍ବନ କ୍ୟାପଚର ଲ୍ୟାବ୍‌ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ: ଭାରତର ପ୍ରଥମ ‘ଇଣ୍ଟିଗ୍ରେଟେଡ୍ କାର୍ବନ କ୍ୟାପଚର, ୟୁଟିଲାଇଜେସନ୍ ଏଣ୍ଡ୍ ଷ୍ଟୋରେଜ୍ (ସିସିୟୁଏସ)’ ଫିଲ୍ଡ ଲାବୋରେଟୋରୀର ଶୁଭାରମ୍ଭ ବର୍ତ୍ତମାନ ସମୟରେ ପୂର୍ଣ୍ଣ ରୂପେ ସ୍ୱାଗତଯୋଗ୍ୟ । ଏହା ଭାରତର ସ୍ୱଚ୍ଛ ଉର୍ଜା ଇନୋଭେସନ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଆଜି ଆଇଆଇଟି ବମ୍ବେ ଠାରେ ଏହି ଲ୍ୟାବର ଶୁଭାରମ୍ଭ କରିବା ସହ କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପଞ୍ଚାମୃତ’ ପ୍ରତିଶ୍ରୁତି ଏବଂ ୨୦୭୦ ସୁଦ୍ଧା ‘ନେଟ୍ ଜିରୋ’ ଲକ୍ଷ୍ୟ ହାସଲ କରିବାରେ ଏହି ପ୍ରଯୁକ୍ତିବିଦ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାନୁଷ୍ଠାନଗୁଡ଼ିକ କେବଳ ଜ୍ଞାନ ଆହରଣ ନୁହେଁ, ବରଂ ନବସୃଜନ ଓ ଗବେଷଣା ମାଧ୍ୟମରେ ଦେଶର ସାମର୍ଥ୍ୟ ବୃଦ୍ଧି କରୁଛନ୍ତି । ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ପାଇଁ ଶିକ୍ଷାବିତ୍, ଶିଳ୍ପ ଜଗତ ଏବଂ ନୀତି ନିର୍ଦ୍ଧାରକଙ୍କ ମଧ୍ୟରେ ସମନ୍ୱୟ ଜରୁରୀ। ଆଇଆଇଟି ବମ୍ବେର ଦ୍ୱାରା ପ୍ରୋତ୍ସାହିତ ଷ୍ଟାର୍ଟଅପ୍ ‘ଉର୍ଜାନୋଭାକ’କୁ ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ ଏହାକୁ ଭାରତର ବୈଜ୍ଞାନିକ ସାମର୍ଥ୍ୟର ପ୍ରତିଫଳନ ବୋଲି ଅଭିହିତ କରିଛନ୍ତି ।

ଏହାପରେ କେନ୍ଦ୍ରମନ୍ତ୍ରୀ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ (ଟିସ) ର ୯୦ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ‘ଗ୍ଲୋବାଲ କଲୋକ୍ୱିଅମ୍-୨୦୨୬’ କୁ ସମ୍ବୋଧିତ କରିଥିଲେ । ସେ କହିଥିଲେ, ସାମାଜିକ ବିଜ୍ଞାନ କେବଳ ଏକ ପାଠ୍ୟକ୍ରମ ନୁହେଁ, ବରଂ ସମାଜର ପ୍ରଗତି ଓ ସମାନତା ପାଇଁ ଏକ ଦସ୍ତାବିଜ । ସେ କହିଥିଲେ ଯେ, ଭାରତର ବହୁସଂଖ୍ୟକ ଯୁବଶକ୍ତିଙ୍କ ପାଇଁ ବୁଝିଲା ଭଳି ତଥା ଆନ୍ତର୍ଜାତୀୟ ସ୍ତରର ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି । ସେହିପରି ଗତ ୧୨ ବର୍ଷ ମଧ୍ୟରେ ‘ସବ୍‌କା ସାଥ୍, ସବ୍‌କା ବିକାଶ’ ଏବଂ ‘ଜାମ’ ତଥା ଜନଧନ, ଆଧାର ଓ ମୋବାଇଲ୍ ମାଧ୍ୟମରେ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସମାବେଶୀ ବିକାଶ ଅଣାଯାଇଛି । ଆର୍ଥିକ ପ୍ରଗତି ସହ ସାମାଜିକ ସଚେତନତା ଓ ମାନବୀୟ ସମ୍ବେଦନଶୀଳତା ହିଁ ପ୍ରକୃତ ବିକାଶର ମାପକାଠି । ଟିସ ଭଳି ଅନୁଷ୍ଠାନ ଏହି କ୍ଷେତ୍ରରେ ଏକ ସେତୁ ଭାବେ କାର୍ଯ୍ୟ କରୁଛି । ଶେଷରେ ଶ୍ରୀ ପ୍ରଧାନ ସମସ୍ତ ଅଂଶଗ୍ରହଣକାରୀ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସଫଳ ବିଚାର ବିମର୍ଶ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking