21.1 C
Bhubaneswar
Friday, February 6, 2026
Homeଖେଳଇଂଲଣ୍ଡ ଟେଷ୍ଟ୍ ପାଇଁ ଜିମ୍ବାୱେ ଟିମ୍ ଘୋଷିତ

ଇଂଲଣ୍ଡ ଟେଷ୍ଟ୍ ପାଇଁ ଜିମ୍ବାୱେ ଟିମ୍ ଘୋଷିତ

ହରାରେ: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ପାଇଁ ଜିମ୍ବାୱେ ୧୫ ଜଣିଆ ଟିମ୍ ଘୋଷଣା କରିଛି। ମେ ୨୨ରେ ନର୍ଟିଂହାମ୍‌ର ଟେଣ୍ଟ୍ ବ୍ରିଜ୍ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍ ଖେଳାଯିବ। ଜିମ୍ବାୱେ ଦୀର୍ଘ ୨୨ ବର୍ଷ ପରେ ପ୍ରଥମ ଥର ଇଂଲଣ୍ଡରେ ଟେଷ୍ଟ୍ ମ୍ୟାଚ୍ ଖେଳିବ। ବାଂଲାଦେଶରେ ଟେଷ୍ଟ୍ ସିରିଜ୍ ଖେଳିଥିବା ଜିମ୍ବାୱେ ଟିମ୍‌ରେ ୩ଟି ପରିବର୍ତ୍ତନ କରିଛି। ଅଲ୍‌ରାଉଣ୍ଡର୍ ସିକନ୍ଦର ରଜା, କ୍ଲାଇଭ୍ ମଦାନ୍ଦେ ଓ ନ୍ୟୁମେନ୍ ନ୍ୟାମ୍‌ହୁରୀଙ୍କୁ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି। ବାଂଲାଦେଶରେ ଟିମ୍‌ର ସଦସ୍ୟ ଥିବା ଜୋନାଥନ୍ କ୍ୟାମ୍ପବେଲ୍‌, ୱିକେଟ୍‌କିପର୍ ନ୍ୟାଶା ମାୟାବୋ ଏବଂ ଲେଗ୍ ସ୍ପିନର୍ ଭିନ୍‌ସେଣ୍ଟ୍ ମସାକେସାଙ୍କୁ ଟିମ୍‌ରେ ସ୍ଥାନ ମିଳିନାହିଁ। ମସାକେସା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ରେ ୫ ୱିକେଟ୍ ନେଇଥିଲେ। ତାଙ୍କ ସ୍ଥାନରେ ଫାଷ୍ଟ୍ ବୋଲର୍ ନ୍ୟାମହୁରୀଙ୍କୁ ସାମିଲ କରାଯାଇଛି। ଏହା ପୂର୍ବରୁ ଇଂଲଣ୍ଡ ଶୁକ୍ରବାର ବେନ୍ ଷ୍ଟୋକ୍ସଙ୍କ ନେତୃତ୍ୱରେ ଟିମ୍ ଘୋଷଣା କରିଥିଲା।

ଜିମ୍ବାୱେ ସ୍କ୍ୱାଡ୍‌: କ୍ରେଗ୍ ଇର୍‌ୱିନ୍ (କ୍ୟାପ୍‌ଟେନ୍‌), ବ୍ରାୟନ୍ ବେନେଟ୍‌, ବେନ୍ କରନ୍‌, ଟ୍ରେଭର୍ ଗ୍ୟାଣ୍ଡୁ, କ୍ଲାଇଭ୍ ମଦାନ୍ଦେ, ୱେସ୍‌ଲେ ମଧେୱେରେ, ୱେଲିଂଟନ୍ ମସାକାଦ୍‌ଜା, ବ୍ଲେସିଂ ମୁଜରବାନି, ରିଚାର୍ଡ ନଗାରଭା, ନ୍ୟୁମେନ୍ ନ୍ୟାମହୁରୀ, ଭିକ୍ଟର ନ୍ୟାଉଚି, ସିକନ୍ଦର ରଜା, ତଫାଦ୍‌ଜ୍ୱା ସିଗା, ନିକୋଲାସ୍ ୱେଲ୍‌ଶ, ଶନ୍ ୱିଲିୟମ୍ସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking