27.1 C
Bhubaneswar
Monday, August 31, 2026
Homeଓଡିଶାବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

ବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

ପାଳଲହଡ଼ା : ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚିଛି। ଡାକ୍ତରୀ ଟିମ୍‌ ଘରକୁ ଘର ବୁଲି ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା ସେବା ଆରମ୍ଭ ହୋଇଛି। ଦୁଇଦିନ ଭିତରେ ଗାଁରେ ୨୯ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହେବା ଚିନ୍ତାର ବିଷୟ ହୋଇଛି।ଅନୁଗୋଳ ଜିଲା ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତ ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌ରେ ଜଣଙ୍କର ମୃତ୍ୟୁପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନେକ ଲୋକ ଜ୍ୱର, ମୁଣ୍ଡବ୍ୟଥା ଓ ଦେହ ହାତଗୋଡ଼ ଘୋଳାବିନ୍ଧା ଭଳି ଲକ୍ଷଣ ଅନୁଭବ କରୁଥିବା ଜଣାପଡ଼ିଛି। ଗାଁରେ ଏଭଳି ସ୍ଥିତି ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି।ଅନ୍ୟପକ୍ଷେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପର ହୋଇପଡିଛି। ଜିଲାରୁ ଏକ ଡାକ୍ତରୀ ଟିମ ଦୁଇ ଦିନ ହେବ ଗାଁରେ ଘରକୁ ଘର ଯାଇ ରକ୍ତ ନମୁନା ସଂଗ୍ରହ କରୁଛି।ବର୍ତ୍ତମାନ ସୁଦ୍ଧା ଦୁଇ ଦିନରୁ ପ୍ରଥମ ଦିନରେ ୬୦ଜଣକ ରକ୍ତ ନମୁନାରୁ ୭ ଜଣ ପଜିଟିଭ ଥିବା ବେଳେ ରବିବାର ୧୨୦ ଜଣକଙ୍କ ମଧ୍ୟରୁ ୨୨ଜଣ ପଜିଟିଭ ଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking