22.1 C
Bhubaneswar
Thursday, February 12, 2026
Homeଓଡିଶାଲକ୍ଷପତି ଦିଦି ସୃଷ୍ଟି କରିବାରେ ସମଗ୍ର ଦେଶରେ ଓଡ଼ିଶା ହେଲା ପ୍ରଥମ

ଲକ୍ଷପତି ଦିଦି ସୃଷ୍ଟି କରିବାରେ ସମଗ୍ର ଦେଶରେ ଓଡ଼ିଶା ହେଲା ପ୍ରଥମ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଯୋଗାଇ ଦେଇ ବାର୍ଷିକ ୧ ଲକ୍ଷ କିମ୍ବା ଅଧିକ ରୋଜଗାର କରିବାକୁ ସଶକ୍ତ କରୁଥିବା “ଲକ୍ଷପତି ଦିଦି” ଯୋଜନାରେ ଓଡିଶା ଆଜି ଭାରତରେ ପ୍ରଥମ ସ୍ଥାନ ହାସଲ କରିଛି । ଏପ୍ରିଲ ୧୩, ୨୦୨୫ ସୁଦ୍ଧା, ଓଡିଶାରେ ଚିହ୍ନଟ କରାଯାଇଥିବା ୧୭.୫୯ ଲକ୍ଷ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ ମଧ୍ୟରୁ ୧୪ ଲକ୍ଷ ରୁ ଉର୍ଦ୍ଧ୍ଵ ମହିଳା ଏଯାବତ ଲକ୍ଷପତି ଦିଦିରେ ପରିଣତ ହୋଇସାରିଛନ୍ତି । ଅନୁମୋଦିତ ଲକ୍ଷ୍ୟର ୮୨% ପୂରଣ କରି ଓଡିଶା ଦେଶର ଅନ୍ୟ ସମସ୍ତ ରାଜ୍ୟକୁ ଅତିକ୍ରମ କରିଛି। ଏହି ପ୍ରୟାସକୁ ଓଡିଶାରେ ମିଶନ ଶକ୍ତି ବିଭାଗ ଅଧୀନରେ ଓଡିଶା ଜୀବିକା ମିଶନ (ଓଏଲଏମ) ଦ୍ୱାରା କାର୍ଯ୍ୟକାରୀ କରାଯାଇଛି, ଏବଂ କେନ୍ଦ୍ର ପ୍ରାୟୋଜିତ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ)ର ଲକ୍ଷ୍ୟ ସହିତ କାର୍ଯ୍ୟକାରୀ କରାଯାଇଛି। ମିଶନ-ମୋଡ୍ ରେ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ରାଜ୍ୟରେ ବିଭାଗୀୟ ସହଭାଗିତା, ଆଞ୍ଚଳିକ ସ୍ତରରେ ନେତୃତ୍ୱ, ଏବଂ ଜୀବନ ଜୀବିକାକୁ ସୃଦୃଢ କରି ଏକ ଶକ୍ତିଶାଳୀ ମଡେଲ ଭାବେ ଉଭା ହୋଇଛି।

ଏହି ପରିବର୍ତ୍ତନର ଆରମ୍ଭ ତୃଣମୂଳ ସ୍ତରରୁ ସମ୍ଭାବ୍ୟ ଲକ୍ଷପତି ଦିଦି (ପିଏଲଡି) ଙ୍କୁ ଘର-ଘର ବୁଲି ଚିହ୍ନଟ ଅଭିଯାନ ମାଧ୍ୟମରେ ଆରମ୍ଭ ହୋଇଥିଲା । କମ୍ୟୁନିଟି ସପୋର୍ଟ ସ୍ଟାଫ୍ (CSS), ସ୍ୱୟଂ ସହାୟକ ଗୋଷ୍ଠୀ (SHG) ନେତ୍ରୀବୃନ୍ଦ ତଥା ଓଏଲଏମ ଅଧିକାରୀମାନେ ଘର କୁ ଘର ସର୍ବେକ୍ଷଣ କରି, ଆୟ ସ୍ତର, ଦକ୍ଷତା, ଏବଂ ଆର୍ଥିକ ସ୍ୱାଧୀନତାର ଆକାଂକ୍ଷାକୁ ତର୍ଜମା କରିଥିଲେ। ଏହି ମହିଳାମାନଙ୍କୁ କେବଳ ଚିହ୍ନଟ କରାଯାଇନଥିଲା, ସେମାନଙ୍କୁ ପ୍ରଶିକ୍ଷଣ, ସମସ୍ତ ଆବଶ୍ୟକୀୟ ସହାୟତା ଏବଂ ମାର୍ଗଦର୍ଶନ ମଧ୍ୟ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ସମ୍ଭାବ୍ୟ ଲକ୍ଷପତି ଦିଦି (ପିଏଲଡି)ଙ୍କ ପାଇଁ ବ୍ୟକ୍ତିଗତ ବ୍ୟବସାୟ ବିକାଶ ଯୋଜନା (BDPs) ପ୍ରସ୍ତୁତ କରାଯାଇଥିଲା, ଯାହା ସେମାନଙ୍କ ସ୍ଥାନୀୟ ପରିବେଶ ଏବଂ କ୍ଷମତା ଅନୁଯାୟୀ ସେମାନଙ୍କର ବିଦ୍ୟମାନ ଅର୍ଥନୈତିକ କାର୍ଯ୍ୟକଳାପକୁ ଆହୁରି ବିସ୍ତାର କିମ୍ବା ବିବିଧ କରିବା ପାଇଁ ମାର୍ଗ ପ୍ରଦାନ କରିଥିଲା ।

ଏହି ଯୋଜନାକୁ ବାସ୍ତବରେ ରୂପ ଦେବା ପାଇଁ, ରାଜ୍ୟ ସରକାର ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରେ ସ୍ଥାନୀୟ (ଅନସାଇଟ୍) ପ୍ରଶିକ୍ଷଣ ଅଧିବେଶନ ଆୟୋଜନ କରିଥିଲେ । ମାଷ୍ଟର ଟ୍ରେନର୍ ମାନେ ମହିଳାମାନଙ୍କୁ ବୈଷୟିକ ଏବଂ ଉଦ୍ୟୋଗିକ ଦକ୍ଷତା ହାସଲ କରିବାରେ ସହାୟତା କରିଥିଲେ, ଯେଉଁଥିରେ ସିଲାଇ, ଛତୁ ଚାଷ, ପଶୁପାଳନ ତଥା ଖାଦ୍ୟ ପ୍ରକ୍ରିୟାକରଣ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ପ୍ରଶିକ୍ଷଣ ମାଧ୍ୟମରେ ମହିଳାମାନେ ପାରମ୍ପାରିକ ଜ୍ଞାନକୁ ବ୍ୟବହାରିକ କୌଶଳ ମାଧ୍ୟମରେ ବ୍ୟବସାୟରେ ପରିଣତ କରିବାର ମାର୍ଗ ପାଇଥିଲେ। ଆବର୍ତ୍ତନ ପାଣ୍ଠି ₹୧୫,୦୦୦ ରୁ ବୃଦ୍ଧି କରି ₹୩୦,୦୦୦ କରାଯାଇଥିବା ବେଳେ, କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ କୁ ୩୫ ଲକ୍ଷ ଟଙ୍କାରୁ ବଢ଼ାଇ ୬୦ ଲକ୍ଷ ଟଙ୍କା କରାଯାଇଛି । ଏହି କାର୍ଯ୍ୟକାରୀ ପୁଞ୍ଜିର ପ୍ରବାହ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉତ୍ତମ ଉପକରଣରେ ନିବେଶ କରିବା, କାର୍ଯ୍ୟ ବିସ୍ତାର କରିବା ଏବଂ ବଡ ଧରଣର ଅର୍ଡରଗୁଡ଼ିକୁ ପୂରଣ କରିବାକୁ ସକ୍ଷମ କରିଛି। ଏହି ଲକ୍ଷପତି ଦିଦି ମାନଙ୍କ ମଧ୍ୟ ରୁ ବହୁ ଯୋଗ୍ୟ ହିତାଧିକାରୀମାନେ ସୁଭଦ୍ରା ସହାୟତା ମଧ୍ୟ ପାଇଛନ୍ତି ଯାହା ସେମାନଙ୍କ ମନୋବଳକୁ ଆହୁରି ଦୃଢ଼ କରିଛି। ଗ୍ରାମୀଣ ଉଦ୍ୟୋଗୀମାନଙ୍କ ପାଇଁ ଋଣର ବୋଝକୁ ହାଲୁକା କରିବା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ସେମାନଙ୍କର କ୍ଷୁଦ୍ର ଉଦ୍ୟୋଗ ଆରମ୍ଭ କିମ୍ବା ବିସ୍ତାର କରିବାରେ ସକ୍ଷମ କରିବା ନିମନ୍ତେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯିବାର ସହାୟତା ଜାରି ରହିବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking