21.1 C
Bhubaneswar
Sunday, February 8, 2026
Homeଓଡିଶା୨୦୨୫ କାର୍ଯ୍ୟକ୍ରମରେ ୟୁଆଇଡିଏଆଇ ପକ୍ଷରୁ ଓକାକକୁ ମିଳିଲା ଦୁଇଟି ସମ୍ମାନଜନକ ପୁରସ୍କାର

୨୦୨୫ କାର୍ଯ୍ୟକ୍ରମରେ ୟୁଆଇଡିଏଆଇ ପକ୍ଷରୁ ଓକାକକୁ ମିଳିଲା ଦୁଇଟି ସମ୍ମାନଜନକ ପୁରସ୍କାର

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ବୈଷୟିକ ଶାଖା ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ) କୁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଆଧାର ସମ୍ବାଦ ୨୦୨୫ କାର୍ଯ୍ୟକ୍ରମରେ ଦୁଇଟି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ରେଜିଷ୍ଟ୍ରାର ଭାବେ ଆଧାର ପଞ୍ଜୀକରଣରେ ବିଶେଷ ଉପଲବ୍ଧି ହାସଲ କରିଥିବାରୁ ଓକାକକୁ ପ୍ରଥମ ପୁରସ୍କାରଟି ପ୍ରଦାନ କରାଯାଇଥିଲା। ସମଗ୍ର ଓଡ଼ିଶାରେ ୟୁଆଇଡିଏଆଇ ସ୍ଥିରୀକୃତ ମାନଦଣ୍ଡ ଅନୁଯାୟୀ ତ୍ରୁଟିମୁକ୍ତ ଏବଂ ନାଗରିକ ଅନୁକୂଳ ପଞ୍ଜିକରଣ ସେବା ଓ ସୁବିଧା ସୁନିଶ୍ଚିତ କରି ଓକାକ ଏହି ସ୍ୱୀକୃତି ପାଇପାରିଛି ।

ଦ୍ବିତୀୟ ପୁରସ୍କାର ରାଜ୍ୟ ପ୍ରମାଣୀକରଣ ଉପଭୋକ୍ତା ଏଜେନ୍ସି (ଏୟୁଏ) ଭାବରେ ଓକାକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି । ଓକାକ ପ୍ରକୃତ ସମୟ ଆଧାର ପ୍ରମାଣୀକରଣ ପାଇଁ ଏକ ସୁରକ୍ଷିତ, ଦକ୍ଷ ଏବଂ ବିଶ୍ୱସନୀୟ ପ୍ଲାଟଫର୍ମର ସୁବିଧା ପ୍ରଦାନ କରିଆସିଛି। ବିଭିନ୍ନ ସରକାରୀ ସେବାଗୁଡିକର ନିରବଚ୍ଛିନ୍ନ ବିତରଣକୁ ଓକାକ ସକ୍ଷମ କରିଆସିଛି । ଉଲ୍ଲେଖଯୋଗ୍ୟ ଯେ, ସମୟର ଆବଶ୍ୟକତା ଅନୁଯାୟୀ ବୈଷୟିକ ଉଦ୍ଭାବନ, ସର୍ବୋତ୍ତମ ପ୍ରୟାସ ଏବଂ ୟୁଆଇଡିଏଆଇ ସହ ନିରନ୍ତର ସହଯୋଗ ମାଧ୍ୟମରେ ଓଡ଼ିଶାରେ ଆଧାର ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଓକାକ ସହ ସମ୍ପୃକ୍ତ ସମସ୍ତଙ୍କର ନିରନ୍ତର ଓ ଉତ୍ସର୍ଗୀକୃତ ପ୍ରୟାସକୁ ଏହି ସମ୍ମାନଗୁଡିକ ପ୍ରତିଫଳିତ କରୁଛି । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ୟୁଆଇଡିଏଆଇର ସିଇଓ ଏବଂ ଅନ୍ୟ ସମ୍ମାନିତ ଅତିଥିମାନଙ୍କ ଉପସ୍ଥିତିରେ ଆୟୋଜିତ ଉତ୍ସବରେ ଓକାକ ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପ୍ରଦୀପ ରାଉତ ଏହି ପୁରସ୍କାର ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking