25.1 C
Bhubaneswar
Thursday, March 19, 2026
Homeଓଡିଶାପୋଖରୀରେ ବୁଡି କଲେଜ ଛାତ୍ର ମୃତ

ପୋଖରୀରେ ବୁଡି କଲେଜ ଛାତ୍ର ମୃତ

ଆଠଗଡ: ପୋଖରୀରେ ବୁଡି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଆଠଗଡ ସହରର ଗଦାସାହି ନିକଟ ଭାଗିରଥି ସାଗର(ବଡ ପୋଖରୀ)ରେ ବୁଡି ଛାତ୍ରର ମୃତ୍ୟୁ ହୋଇଛି । ରବିବାର ସକାଳେ ସାଙ୍ଗମାନଙ୍କ ସହ ଗାଧୋଇବା ପାଇଁ ବଡ ପୋଖରୀକୁ ଯାଇଥିଲେ। ସେଠାରେ  ସାଙ୍ଗମାନଙ୍କ ସହିତ ପହଁରିବା ବେଳେ ପୋଖରୀ ମଝିରେ ବୁଡି ଯାଇଥିଲେ। ପୋଖରୀ ମଝିରେ  ସେ ବୁଡ଼ି ଯାଉଥିବାବେଳେ ସାଙ୍ଗମାନେ ତାଙ୍କୁ ଉଦ୍ଧାର ପାଇଁ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇନଥିଲେ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଦଳ ପହଞ୍ଚି ପାଣିରେ ବୁଡି ଖୋଜିବା ପରେ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ତାଙ୍କୁ ଆଠଗଡ ଉପଖଣ୍ଡ ଡାକ୍ତରଖାନା ନେବା ପରେ ଡାକ୍ତର ପରୀକ୍ଷା ନିରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

 

 

 

 

 

 

 

 

 

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking