ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରରେ ନିଦ୍ଦାରିତ ସମୟରେ ଉଠିବ ମହାଦୀପ । ଲିଙ୍ଗରାଜରେ ରାତି ୧୦ଟାରେ ଉଠିବ ମହାଦୀପ । ପ୍ରସ୍ତୁତି ବୈଠକ ପରେ ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ଉଠିବା ନେଇ ସେବାୟତ ରାଜି ଅଛନ୍ତି । ସେବାୟତଙ୍କ ମନୋମାଳିନ୍ୟର ସମାଧାନ ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।










