ଭୁବନେଶ୍ୱର : ଦୁର୍ନୀତିଖୋର ବାବୁଙ୍କ ବିରୋଧରେ ସରକାରଙ୍କ କଡା ଆଭିମୁଖ୍ୟ । ୮ ମାସରେ ୫୦ ଜଣ ବାବୁଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରହିଛି । ଜବତ ହୋଇଛି ୧୧୭ କୋଟିର ଆୟ ବହିର୍ଭୂତ ସମ୍ପତ୍ତି । ୧୧ ଅଧିକାରୀଙ୍କ ଠାରୁ ୪ କୋଟିରୁ ଅଧିକ ସମ୍ପତ୍ତି ଜବତ କରାଯାଇଛି । ୧୩ ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ କରାଯାଇଛି । ୯ ଜଣ ନିର୍ଦ୍ଦୋଷରେ ହୋଇଛନ୍ତି ଖଲାସ । ରାଜ୍ୟରେ ୩, ୬୯୨ଟି ଭିଜିଲାନ୍ସ ମାମଲା ବିଚରାଧୀନ ହୋଇଛି । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି ।










