17.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଟ୍ରମ୍ପଙ୍କ ରାସ୍ତାରେ ୟୁକେ ପ୍ରଧାନମନ୍ତ୍ରୀ; ବେଆଇନ ପ୍ରବାସୀଙ୍କୁ ଦେଶରୁ ତଡ଼ୁଛନ୍ତି ଷ୍ଟାର୍ମର

ଟ୍ରମ୍ପଙ୍କ ରାସ୍ତାରେ ୟୁକେ ପ୍ରଧାନମନ୍ତ୍ରୀ; ବେଆଇନ ପ୍ରବାସୀଙ୍କୁ ଦେଶରୁ ତଡ଼ୁଛନ୍ତି ଷ୍ଟାର୍ମର

ଲଣ୍ଡନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାସ୍ତାକୁ ଅନୁସରଣ କରି ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ଏବେ ନିଜ ଦେଶରୁ ହଜାର ହଜାର ବେଆଇନ ପ୍ରବାସୀଙ୍କୁ ବିଦା କରିବା ପ୍ର୍ରକ୍ରିିୟା ଆରମ୍ଭ କରିଛନ୍ତି। ଆମେରିକା ଭଳି ୟୁକେ ମଧ୍ୟ ଏବେ ବେଆଇନ୍ ପ୍ରବାସୀ ନାଗରିକଙ୍କୁ ଖୋଜିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସେମାନଙ୍କୁ ସେମାନଙ୍କ ଦେଶକୁ ପଠାଇବା ନେଇ ପଦକ୍ଷେପ ଗ୍ରହଣ କରୁଛି। ତେବେ ଷ୍ଟାର୍ମରଙ୍କ ଏହି ନିଷ୍ପତ୍ତି ଏବେ ଲଣ୍ଡନ୍‌, ବ୍ରିଟେନ୍‌ରେ ରହୁଥିବା ଅନେକ ବେଆଇନ ପ୍ରବାସୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏମାନଙ୍କ ମଧ୍ୟରେ ଅନେକ ଭାରତୀୟ ମଧ୍ୟ ରହିଥିବା ସୂଚନା ମିଳିଛି।

ବ୍ରିଟେନ୍‌ରେ ଲେବର ପାର୍ଟି କ୍ଷମତାକୁ ଆସିବା ପରଠାରୁ, ୧୯ ହଜାର ବେଆଇନ ପ୍ରବାସୀ ଏବଂ ଅପରାଧୀଙ୍କୁ ଦେଶ ବାହାରର ରାସ୍ତା ଦେଖାଯାଇଛି। ବ୍ରିଟିଶ ଗୃହମନ୍ତ୍ରୀ ୱାଟ୍ କୁପର କହିଛନ୍ତି ଯେ, ଆମ ସରକାର କ୍ଷମତାକୁ ଆସିବା ପରଠାରୁ ଏସବୁ ଲୋକଙ୍କୁ ନିର୍ବାସିତ କରାଯାଇଛି। ବ୍ରିଟେନର ଲେବର ସରକାର ଦେଶରେ ବେଆଇନ ଭାବରେ କାମ କରୁଥିବା ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହା ଅନ୍ତର୍ଗତ ପୁଲିସ ପ୍ରବାସୀ ଶ୍ରମିକମାନେ କାମ କରୁଥିବା ଭାରତୀୟ ରେଷ୍ଟୁରାଣ୍ଟ, ବାର, ଅନ୍ୟ ଦୋକାନ ଏବଂ କାର୍ ଧୋଇବା ଗ୍ୟାରେଜଗୁଡ଼ିକରେ ଚଢଉ କରିଥିଲା। ବ୍ରିଟିଶ ଗୃହ ସଚିବଙ୍କ ଦ୍ୱାରା ତଦାରଖ କରାଯାଉଥିବା ଏହି କାର୍ଯ୍ୟାନୁଷ୍ଠାନର ଏକ ଅଂଶ ଭାବରେ, ଜାନୁଆରି ମାସରେ ୮୨୮ଟି ସ୍ଥାନରେ ଚଢଉ କରାଯାଇଥିଲା। ଏଥିରେ ୬୦୯ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ୟୁକେ ଗୃହ ସଚିବଙ୍କ କାର୍ଯ୍ୟାଳୟ ମଧ୍ୟ ଏନେଇ ସ୍ପଷ୍ଟ କରିଛି। ଷ୍ଟାର୍ମରଙ୍କ ସରକାର ବେଆଇନ ଶ୍ରମିକଙ୍କ ବିଷୟରେ ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟ କରୁଛି। ଗତ ମାସରେ ରେଷ୍ଟୁରାଣ୍ଟ, ଟେକଆୱେ ଏବଂ କାଫେ ସହିତ ଖାଦ୍ୟ, ପାନୀୟ ଏବଂ ତମାଖୁ ଶିଳ୍ପକୁ ଟାର୍ଗେଟ୍ କରାଯାଇଥିଲା। ପ୍ରବାସ ନିୟମକୁ ସମ୍ମାନ ପ୍ରଦର୍ଶନ କରାଯିବା ଏବଂ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି କାର୍ଯ୍ୟାଳୟ ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking