19.1 C
Bhubaneswar
Friday, December 19, 2025
Homeଦେଶ ବିଦେଶସମ୍ବିଧାନର ଶପଥ ନେଇ ବିବାହ କଲେ ଦମ୍ପତି

ସମ୍ବିଧାନର ଶପଥ ନେଇ ବିବାହ କଲେ ଦମ୍ପତି

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ପୋଲିସରେ ନିଯୁକ୍ତ ଖମ୍ମମ୍ ଜିଲ୍ଲାର ପେନୁବାଲ୍ଲୀ ମଣ୍ଡଳର ଟେକୁଲାପାଲି ଗାଁର ବର ବିରଭଲ୍ଲୀ ପ୍ରଶାନ୍ତ, ମହିଳା କନଷ୍ଟେବଳ ନାଗା ଜ୍ୟୋତିଙ୍କୁ ବିବାହ କରିଥିଲେ। ସେମାନେ ନିଜର ବିବାହ ଆଡମ୍ବରରେ କରିବେ ନାହିଁ ବୋଲି ନିଷ୍ପତ୍ତି ନେଲେ । ଆମେ ରକ୍ଷଣଶୀଳ ପରମ୍ପରାରୁ ଉପରକୁ ଉଠି ଏକ ନିଆରା ବିବାହ କରିବୁ। ଏଥିପାଇଁ, ଦୁହେଁ ପାରସ୍ପରିକ ସମ୍ମତିରେ ମନ୍ତ୍ର ଜପ କରି ବିବାହ କରିବା ପରିବର୍ତ୍ତେ ସମ୍ବିଧାନ ଉପରେ ଶପଥ ନେଇ ରବିବାର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବିବାହ ପାଇଁ ଏକ ମଞ୍ଚ ସଜାଯାଇଥିଲା। ଏହି ମଞ୍ଚରେ, ଟେବୁଲ ଉପରେ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଏକ ଫଟୋ ରଖାଯାଇଥିଲା ଏବଂ ଏହା ଉପରେ ଫୁଲର ମାଳ ଦିଆଯାଇଥିଲା । ବର  ଓ କନ୍ୟା ମଞ୍ଚ ଉପରକୁ ଆସିଲେ ଏବଂ ବାବା ସାହେବଙ୍କୁ ସାକ୍ଷୀ ମନେ କରି ପରସ୍ପରକୁ ମାଳା ପିନ୍ଧାଇଲେ । ଏହା ପରେ ଉଭୟ ଭାରତର ସମ୍ବିଧଶନର ଶପଥ ନେଇ ବିବାହ କରିଥିଲେ । ଏହି ବିବାହରେ ଉପସ୍ଥିତ ଥିବା ଲେକାମାନେ ଅଭିନନ୍ଦନ ଜଣାଇବା ସହ ଉଭୟଙ୍କ ଉଜ୍ଜଳ ବୈବାହିକ ଜୀବନ କାମନା କରିଥିଲେ । ବିବାହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking