ଭୁବନେଶ୍ୱର : ମହୁ ସେବନ କରିବା ଅନେକ ରୋଗ ଦୂର କରିବାରେ ଲାଭଦାୟକ ଅଟେ । ମହୁରେ ଆଣ୍ଟିବ୍ୟାକ୍ଟେରିଆଲ , ଆଣ୍ଟିଫଙ୍ଗାଲ ରହିଥାଏ । ରିପୋର୍ଟ ଅନୁଯାୟୀ , ମହୁରେ ପ୍ରୋଟିନ , ଆମିନୋ ଏସିଡ , ଭିଟାମିନ , ଏନଜାଇମ , ମିନେରାଲ୍ସ ରହିଥାଏ । ଶୁଦ୍ଧ ମହୁ ଔଷଧରେ ବ୍ୟବହାର କଲେ ଏହାର ଉତ୍ତମ ଲାଭ ମିଳିଥାଏ । ତେବେ କିପରି ଜାଣିବେ ଏହା ନକଲି କି ଅସଲି । ଯଦି ଆପଣ ବୁଢା ଆଙ୍ଗୁଠିରେ ଅଳ୍ପ ମହୁ ଲଗାନ୍ତୁ । ଯଦି ଏହା ଅନ୍ୟ ତରଳ ପଦାର୍ଥ ପରି ଆପଣଙ୍କ ବୁଢା ଆଙ୍ଗୁଠି ଉପରେ ବ୍ୟାପିଯାଏ , ତେବେ ଏହା ପ୍ରକୃତ ମହୁ ନୁହେଁ । ପ୍ରକୃତ ମହୁ ମୋଟା ଏବଂ ଚାରିଆଡେ ବ୍ୟାପିବ ନାହିଁ । ପାଣି ମାଧ୍ୟମରେ ଆପଣ ମହୁକୁ ଜାଣିପାରିବେ । ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଚାମଚ ମହୁ ମିଶାନ୍ତୁ ଯଦି ମହୁ ଦ୍ରବୀଭୂତ ହୋଇଯାଉଛି ତେବେ ତାହା ନକଲି ଜାଣିବ । କେବଳ ପାଣି ନୁହେଁ ଭିନେଗାର ସାହାଯ୍ୟରେ ମହୁ ଅସଲି କି ନକଲି ଜାଣି ହେବ । ଭିନେଗାରରେ କିଛି ବୁନ୍ଦା ମହୁ ମିଶାଅ । ଯଦି ମିଶ୍ରଣଟି ଫେଣ ଆସିବାକୁ ଆରମ୍ଭ କରେ । ତେବେ ତାହା ନକଲି ଅଟେ । ମହୁକୁ ନିଆଁ ଧରି ନଥାଏ । ଉତ୍ତାପ ପରୀକ୍ଷା କରିବାକୁ ମହୁରେ ଏକ ଦିଆସିଲି କାଠି ବୁଡାଇ ଜଳାଇ ରଖି ତାକୁ ଜଳାନ୍ତୁ । ଯଦି ଏହା ପୋଡିଯାଏ । ତାହା ଅପମିଶ୍ରିତ ଅଟେ ।