30.1 C
Bhubaneswar
Tuesday, April 29, 2025
Homeଓଡିଶାବଢିବ ପଞ୍ଚାୟତ , ବଢିବ ବ୍ଲକ – ମନ୍ତ୍ରୀ

ବଢିବ ପଞ୍ଚାୟତ , ବଢିବ ବ୍ଲକ – ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବଢିବ ପଞ୍ଚାୟତ ଓ ବ୍ଲକ ସଂଖ୍ୟା । ମାର୍ଚ୍ଚ ପରେ ଆରମ୍ଭ ହେବ ପ୍ରକ୍ରିୟା । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । ୧୦ ବର୍ଷରେ ଥରେ ପଞ୍ଚାୟତ ପୁନର୍ଗଠନ ହୁଏ କହିଛନ୍ତି ମନ୍ତ୍ରୀ । ୨୦ ବର୍ଷରେ ଥରେ ବ୍ଲକ ଗଠନ ହୁଏ । ସେହି ପ୍ରାବଧାନରେ ନୂଆ ପଞ୍ଚାୟତ ଗଠନ ନେଇ ପ୍ରୟାସ ଚାଲିଛି ।  ସୂଚନା ଥାଉ ଯେ ଖରାଦିନ ପାଇଁ ପୁଣି ଟ୍ୟୁବୱେଲ ଖୋଳିବେ ସରକାର । ୭୦ ଜନସଂଖ୍ୟା ଥିବା ଗାଁରେ ହେବ ନଳକୂପ । ୭୦ରୁ ଅଧିକ ଜନସଂଖ୍ୟା ଥିଲେ ୨ଟି ନଳକୂପ ହେବ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲା ପାନୀୟ ଜଳ ଯୋଗାଣ ବିଭାଗ । ଅଧିକ ଆଡି ବନ୍ଧ ନିର୍ମାଣ କରି ଭୂତଳ ଜଳ ସଂରକ୍ଷଣ ହେବ । ପାନୀୟ ଜଳ ସମସ୍ୟା ହେଲେ ଟ୍ୟାଙ୍କରରେ ପାଣି ଦିଆଯିବ । ୨୦୨୫ ସୁଦ୍ଧା ସରିବ ୭୨ଟି ପାନୀୟ ଜଳ ପ୍ରକଳ୍ପ କାମ । ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking