21.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଦୀର୍ଘ ୨୭ ବର୍ଷ ପରେ ବିଜୟର ସ୍ୱାଦ ଚାଖିଲା ବିଜେପି

ଦୀର୍ଘ ୨୭ ବର୍ଷ ପରେ ବିଜୟର ସ୍ୱାଦ ଚାଖିଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦୀର୍ଘ ୨୭ ବର୍ଷ ପରେ ବିଜୟର ସ୍ୱାଦ ଚାଖିଛି ବିଜେପି। ବିପୁଳ ବହୁମତରେ ନିର୍ବାଚନରେ ଜୟ ଲାଭ କରିଥିବାରୁ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏହି ଜନମତକୁ ନେଇ ବିଭିନ୍ନ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ ଆରମ୍ଭ ହୋଇଯାଇଛି। ଏହି ବିଜୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହୋଇଛନ୍ତି। ସେ ଦିଲ୍ଲୀସ୍ଥିତ ବଜେପି ମୁଖ୍ୟାଳୟରେ ପହଞ୍ଚି ଦଳିୟ କର୍ମିଙ୍କ ସହ ଜନତାଙ୍କୁ ସମ୍ବୋଧନ କରିଛନ୍ତି। ଆଜି ଦିଲ୍ଲୀର ଲୋକମାନଙ୍କ ମଧ୍ୟରେ ଉତ୍ସାହ ସହ ଶାନ୍ତି ମଧ୍ୟ ପରିଲକ୍ଷିତ ହେଉଛି। ମୁଁ ଦିଲ୍ଲୀର ଲୋକ ମାନଙ୍କୁ କହିଥିଲି ସେମାନେ ବିଜେପିକୁ ଗୋଟିଏ ଥର ସୁଯୋଗ ଦେଇ ଦେଖନ୍ତୁ। ସେମାନେ ମୋ ଉପରେ ବିଶ୍ୱାସ କରିଥିବାରୁ ମୁଁ ସେମାନଙ୍କୁ ପ୍ରଣାମ ଜଣାଉଛି। ଦିଲ୍ଲୀର ଲୋକମାନେ ମତେ ହୃଦୟ ଖୋଲି ଭଲପାଇବା ଦେଇଛନ୍ତି। ଲୋକମାନଙ୍କର ଏହି ଭଲପାଇବା ଓ ବିଶ୍ୱାସ ଆମ ଉପରେ କରଜ ରହିଲା। ଏହି କରଜକୁ ଡବଲ ଇଞ୍ଜିନ ସରକାର ଦିଲ୍ଲୀରେ ବିକାଶ କରି ସୁଝିବ।

ଆଜିର ଏହି ଐତିହାସିକ ବିଜୟ କେବଳ ସାମାନ୍ୟ ବିଜୟ ନୁହେଁ। ସେମାନେ ଦିଲ୍ଲୀ ଆସନକୁ ଏକ ଆସନ୍ନ ବିପଦରୁ ରକ୍ଷା କରିଛନ୍ତି। ଦାର୍ଘ ଏକ ଦଶନ୍ଧୀ ଧରି ଲାଗିରହିଥିବା ବିପଦରୁ ଆଜି ଦିଲ୍ଲୀ ମୁକ୍ତ ହୋଇଛି। ଦିଲ୍ଲୀରେ ବିକାଶ ଓ ଦୁରଦର୍ଶିତାର ବିଜୟ ହୋଇଛି। ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ମାନେ ଏହି ବିଜୟର ହକଦାର। ମୁଁ ସମସ୍ତଙ୍କୁ ଏହି ବିଜୟର ଅଭିନନ୍ଦନ ଜଣାଉଛି ବୋଲି ମୋଦି ନିଜ ସମ୍ଭାଷଣରେ କହିଛନ୍ତି। ଏହା ପୂର୍ବରୁ ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ମଧ୍ୟ ଏହି ଐତିହାସିକ ବିଜୟ ପାଇଁ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ। ପିଏମ ମୋଦିଙ୍କ ନେତୃତ୍ତ୍ୱରେ ଦଳ ଗୋଟିଏ ପରେ ଗୋଟିଏ ବିଜୟ ହାସଲ କରିଚାଲିଛି। ମୁଁ ଦିଲ୍ଲୀ ଜନତାମାନଙ୍କୁ ଅଭିନନ୍ଦନ ଜଣାଉଛି। ଏହି ନିର୍ବାଚନ ଓ ଏହା ପୂର୍ବର ଲୋକସଭା ନିର୍ବାଚନରେ ଦିଲ୍ଲୀର ହୃଦୟରେ ମୋଦୀ ଅଛନ୍ତି ବୋଲି ଦିଲ୍ଲୀବାସି ସ୍ପଷ୍ଟ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୧୦ ବର୍ଷ ହେବ ରାଜନୈତିକ ସଂସ୍କୃତିରେ ବ୍ୟପକ ପରିବର୍ତ୍ତନ କରିଛନ୍ତି।

ଗରିବ, ଦଳିତ ମାନଙ୍କ ଉପରେ ସେ କାମ କରିଛନ୍ତି। ସେ ଯାହା କୁହନ୍ତି ସେୟା କରିଦେଖାନ୍ତି। ତେଣୁ ମୋଦିଙ୍କ ଗ୍ୟରେଣ୍ଟିରେ ଲୋକ ମାନଙ୍କ ଅତୁଟ ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି। ଦିଲ୍ଲୀ ନିର୍ବାଚନରେ ଦଳର ଜିତାପଟକୁ ନେଇ ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ଜାରି କରିଛନ୍ତି। ଏହା ପୋଷ୍ଟରେ ସେ ଜନଶକ୍ତି ସର୍ବୋପରେ। ବିକାଶର ଜିତ୍ ହୋଇଛି, ସୁଶାନର ଜିତ୍ ହୋଇଛି। ଦିଲ୍ଲୀର ସମସ୍ତ ଭାଇଭଉଣୀମାନଙ୍କୁ ଏହି ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପିଏମ ମୋଦି। ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ହାର୍ ରେ ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନତାଙ୍କୁ ନିଷ୍ପତ୍ତିକୁ ସ୍ୱିକାର କରୁଛି ବୋଲି କହିଛନ୍ତି। ଆମେ ଜନତାଙ୍କ ସେବା କରିବୁ। ବିଜେପିର ଏହି ବିଜୟରେ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି। ୧୦ ବର୍ଷରେ ଆମୋ ଦିଲ୍ଲୀବାସିଙ୍କ ପାଇଁ ଢେର କାମ କରିଛୁ। ଆମେ ଆଗକୁ ମଧ୍ୟ ଲୋକଙ୍କ ସୁଖ-ଦୁଃଖରେ ତାଙ୍କ ସହ ଛିଡା ହୋଇ ରହିବୁ। ଏକ ଭଲ ବିପକ୍ଷ ଦଳ ଭାବେ ଦିଲ୍ଲୀବାସିଙ୍କ ଭରଷା ଜିତିବୁ ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking