31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶମୁଲତାନ୍ ଟେଷ୍ଟ: ନୋମାନ ଅଲୀଙ୍କୁ ୬ ୱିକେଟ୍‌; ପ୍ରଥମ ଦିନ ୨୦ ୱିକେଟ୍ ପତନ

ମୁଲତାନ୍ ଟେଷ୍ଟ: ନୋମାନ ଅଲୀଙ୍କୁ ୬ ୱିକେଟ୍‌; ପ୍ରଥମ ଦିନ ୨୦ ୱିକେଟ୍ ପତନ

ମୁଲତାନ୍‌: ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁଲ୍‌ତାନ୍‌ରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଶନିବାର ମ୍ୟାଚ୍‌ର ପ୍ରଥମ ଦିନରେ ହିଁ ୨୦ ୱିକେଟ୍‌ର ପତନ ଘଟିଛି। ୱେଷ୍ଟଇଣ୍ଡିଜ୍ ଟିମ୍ ପ୍ରଥମ ଇନିଂସ୍‌ରେ ୧୬୩ ରନ୍ କରି ଅଲ୍‌ଆଉଟ୍ ହୋଇଥିବା ବେଳେ ପାକିସ୍ତାନ ମଧ୍ୟ ପ୍ରଥମ ଇନିଂସ୍‌ରେ ୧୫୪ ରନ୍ କରିଥିଲା। ଏହା ସହିତ ପ୍ରଥମ ଦିନର ଷ୍ଟମ୍ପ୍ସ ହୋଇଥିଲା ଏବଂ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍ ଆଧାରରେ ୯ ରନ୍‌ର ଅଗ୍ରଣୀ ଲାଭ କରିଛି। ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ମଧ୍ୟ ମୁଲ୍‌ତାନ୍‌ରେ ଖେଳାଯାଇଥିଲା ଏବଂ ପାକିସ୍ତାନ ୧୨୭ ରନ୍‌ରେ ବିଜୟୀ ହୋଇଥିଲା। ଦ୍ୱିତୀୟ ଟେଷ୍ଟ୍‌ର ପ୍ରଥମ ଇନିଂସ୍‌ରେ ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜ୍‌ୱାନ୍ ୪୯ ରନ୍ କରି ଇନିଂସ୍ ଖେଳିଥିବା ବେଳେ ସଉଦ ଶକିଲ୍ ୩୨ ରନ୍ କରିଥିଲେ। କ୍ୟାପ୍‌ଟେନ୍ ଶାନ ମସୁଦ ୧୫ ରନ୍ କରିଥିଲେ। ଇଣ୍ଡିଜ୍ ପକ୍ଷରୁ ଜୋମେଲ୍ ୱାରିକନ୍ ୪, ଗୁଡ଼ାକେଶ ମୋତୀ ୩ ଏବଂ କେମର ରୋଚ୍ ୨ଟି ୱିକେଟ୍ ନେଇଥିଲେ। ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ପ୍ରଥମ ଇନିଂସ୍‌ରେ ଗୁଡ଼ାକେଶ ମୋତୀ (୫୫) ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ତାଙ୍କର ପ୍ରଥମ ଟେଷ୍ଟ୍ ଅର୍ଦ୍ଧଶତକ। ତାଙ୍କ ବ୍ୟତୀତ କେମର ରୋଚ୍ ୨୫ ଓ କାଭେମ୍ ହୋଜ୍ ୨୧ ରନ୍ କରି ଆଉଟ୍ ହୋଇଥିଲେ। ଜୋମେଲ୍ ୱାରିକନ୍ ୩୬ ରନ୍‌ରେ ଅପରାଜିତ ରହିଥିଲେ। ପାକିସ୍ତାନ ପକ୍ଷରୁ ନୋମାନ ଅଲୀ ହ୍ୟାଟ୍ରିକ୍ ସହିତ ୬ ୱିକେଟ୍ ଅକ୍ତିଆର କରିଥିଲେ। ସାଜିଦ୍ ଖାନ୍ ୨ଟି ୱିକେଟ୍ ନେଇଥିବା ବେଳେ ଅବରାର ଅହମଦ ଓ କାଶିଫ୍ ଅଲୀଙ୍କୁ ୧-୧ ସଫଳତା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking