38.7 C
Bhubaneswar
Thursday, June 18, 2026
Homeଓଡିଶାପତ୍ନୀଙ୍କ ଗର୍ଭ ନଷ୍ଟ କରି ଇନ୍‌ସପେକ୍ଟରଙ୍କ ପୁଅ ଗିରଫ

ପତ୍ନୀଙ୍କ ଗର୍ଭ ନଷ୍ଟ କରି ଇନ୍‌ସପେକ୍ଟରଙ୍କ ପୁଅ ଗିରଫ

ଭୁବନେଶ୍ୱର: ବ୍ଲାକମେଲ କରି ବାହା ହେଲେ। ପତ୍ନୀ ଗର୍ଭବତୀ ହେବା ପରେ ଔଷଧ ଦେଇ ଗର୍ଭ ନଷ୍ଟ କରି ଦେଲେ। ପତ୍ନୀଙ୍କ ଅଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରିଛି।ଗିରଫ ଯୁବକଙ୍କ ନାଁ ରଘୁବୀର ନାୟକ (୩୨)। ସେ ଭୁବନେଶ୍ୱର ସ୍ଥିତ ସିଆରପିଏଫ କ୍ୟାମ୍ପସରେ ରହନ୍ତି। ତାଙ୍କ ବାପା ସିଆରପିଏଫ୍‌ ଇନ୍‌ସପେକ୍ଟର ଅଛନ୍ତି। ତାଙ୍କୁ ଭୁବନେଶ୍ୱରର ଭରତପୁର ଥାନା ପୁଲିସ ଗିରଫ କରିଛି।ଗିରଫ ରଘୁବୀର ନାୟକଙ୍କ ନିଜ ଗାଁ କନ୍ଧମାଳର ଜି. ଉଦୟଗିରି ଥାନା ରତିଙ୍ଗିଆରେ। ସେ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ।ସେହି ଯୁବତୀଙ୍କୁ ସେ ବ୍ଲାକମେଲ କରି ବାହା ହୋଇଥିଲେ ବୋଲି ଜଣାପଡ଼ିଛି। ରଘୁବୀର ଯୁବତୀଙ୍କୁ କହିଥିଲେ,‘ତୁମେ ବିବାହ ନ କଲେ ମୁଁ ଆତ୍ମହତ୍ୟା କରି ଦେବି। କେବଳ ଆତ୍ମହତ୍ୟା କରିବି ନାହିଁ, ମୁୱ ମରିବା ପୂର୍ବରୁ ତୁମକୁ ମଧ୍ୟ ମାରିଦେବି।’ଏମିତି କହି ସେ ଯୁବତୀଙ୍କୁ ବାହା ହୋଇ ଘରକୁ ଆଣିଥିଲେ। କିନ୍ତୁ ସେ ଗର୍ଭବତୀ ହେବା ପରେ ଔଷଧ ଦେଇ ତାଙ୍କ ଗର୍ଭନଷ୍ଟ କରି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ତାଙ୍କ ପତ୍ନୀ ଏନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ରଘୁବୀରଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking