31.1 C
Bhubaneswar
Sunday, April 26, 2026
Homeଓଡିଶାବେଆଇନ୍ ଭାବେ ଗୋ-ଚାଲାଣ: ଜାଳିଦେଲେ କାର

ବେଆଇନ୍ ଭାବେ ଗୋ-ଚାଲାଣ: ଜାଳିଦେଲେ କାର

ଭଦ୍ରକ : ବେଆଇନ ଭାବେ କାରରେ ହେଉଥିଲା ଗୋ-ଚାଲାଣ । ଏମିତି ଏକ କାରକୁ ଧରିବା ପରେ ଗୋରୁଙ୍କ ଗାଡ଼ିକୁ ବାହାର କରିବା ପରେ ଜାଳିଦେଇଥିବା ସୂଚନା ମିଳିଛି । ତେବେ କାର୍ରେ କିଏ ନିଆଁ ଲଗାଇଛି, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି ।ଖବର ଅନୁଯାୟୀ, ଭଦ୍ରକ ସହରାଞ୍ଚଳ ଥାନା ବନ୍ତ ଛକ ନିକଟରେ ଏମିତି ଏକ ଘଟଣା ଘଟିଛି । ଏକ କାର୍ଟି ଆନନ୍ଦପୁରରୁ ଭଦ୍ରକ ଅଭିମୁଖେ ଆସୁଥିବାର ଏକ କାର୍ରେ ୫ଟି ଗୋରୁ ବେଆଇନ ଭାବେ ଚାଲାଣ ହେଉଥିଲା । କେତେକ ଲୋକ କାର୍କୁ ଅଟକାଇବାରେ ସମର୍ଥ ହେବା ପରେ କାରରୁ ଗୋରୁଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ କାର୍ର ଡ୍ରାଇଭର ଫେରାର ହୋଇଯାଇଥିଲା । ପରେ କେହି କାର୍ରେ ନିଆଁ ଲଗାଇଥିବା ବେଳେ କାର୍ଟି ଜଳି ପୁରା ପାଉଁଶ ହୋଇଯାଇଛି । ଭଦ୍ରକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିଥିବା ବେଳେ ଭଦ୍ରକ ସହରାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking