29.1 C
Bhubaneswar
Sunday, April 26, 2026
Homeଓଡିଶାକୋଟିଆରେ ଜନଗଣନାକୁ ବିରୋଧ କରି ୨ ଗିରଫ

କୋଟିଆରେ ଜନଗଣନାକୁ ବିରୋଧ କରି ୨ ଗିରଫ

କୋରାପୁଟ: ଜନଗଣନାକୁ ବିରୋଧ କରି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୀମାନ୍ତ କୋଟିଆ ଗ୍ରାମ ପଞ୍ଚାୟତର ଉପର ସେମ୍ବୀ ଗ୍ରାମର ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ତାଡ଼ିଙ୍ଗି ପିଲ୍ମକୁ ଓ ତାଡିଙ୍ଗି ସଞ୍ଜିନ। ଏହି ଦୁଇ ଜଣ ଜନଗଣନା  କାର୍ୟ୍ୟକ୍ରମକୁ ବିରୋଧ କରିବା ସହିତ ଏଥିରେ ବାଧା ଦେଇଥିଲେ। ଫଳରେ ସେଠାରେ ଜନଗଣନା କର୍ମଚାରୀ ଭାବେ ନିୟୋଜିତ ହୋଇଥିବା ଶିକ୍ଷକମାନେ ଏନେଇ କୋଟିଆ ପୁଲିସକୁ ଖବର ଦେଇଥିଲେ।ପୁଲିସ ଏ ନେଇ ମାମଲା ରୁଜୁ କରିବା ସହିତ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲା। ପରେ ପୁଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking