39 C
Bhubaneswar
Tuesday, April 21, 2026
Homeଓଡିଶାଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି

ରାଉରକେଲା: ଆଜି ଆସୁଛନ୍ତି ରାଷ୍ଟ୍ରପତି। ପ୍ରଥମଥର ପାଇଁ ଇସ୍ପାତ ସହର ରାଉରକେଲାକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର, ଆଦିବାସୀ ସଂଗ୍ରହାଳୟ, କୋଏଲ ନଗର ମନୋରଞ୍ଜନ ପାର୍କ, ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମକୁ ଲୋକାର୍ପଣ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ରାଉରକେଲା ସହରର ରାସ୍ତାଘାଟ ମରାମତି ଠାରୁ ଆରମ୍ଭ କରି କାନ୍ଥ ବାଡରେ ଚିତ୍ର ଅଙ୍କନ, ସୌନ୍ଦର୍ଯ୍ୟକରଣ, ସଭା ମଞ୍ଚ ନିର୍ମାଣ ଆଦି ସଂପନ୍ନ ହୋଇଛି । ଆଜି ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରାୟ ୧୫ ଶହ ଛାତ୍ରଛାତ୍ରୀ ଓଡିଶା ଓ ଆଦିବାସୀ ଲୋକନୃତ୍ୟ ପରିବେଷଣ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୪୫ ପ୍ଲାଟୁନ ପୋଲିସ ଫୋର୍ସ, ୨ ଶହ ଅଧିକାରୀ ଓ ୮୧୫ ଜଣ ହୋମଗାର୍ଡ ନିୟୋଜିତ ରହିବେ । ରାଉରକେଲା, ବିମାନ ବନ୍ଦର, ସେକ୍ଟର-୧୩ ସଭାସ୍ଥଳ, ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଏବଂ ଜନଜାତି ସଂଗ୍ରହାଳୟ, ପାନପୋଷସର୍କିଟ ହାଉସ ସମେତ ବିଭିନ୍ନ ଛକରେ ପୁଲିସ ମୁତୟନ ହେବେ । ବରିଷ୍ଠ ପୋଲିସ ଅଧିକାରୀ ମାନେ ସଭାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking