19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶରଣଜୀ ଟ୍ରଫି ୨୦୨୪-୨୫ ରାଉଣ୍ଡ୍ ଅପ୍‌; ମୁମ୍ବାଇକୁ ୫ ୱିକେଟ୍‌ରେ ହରାଇଲା ଜମ୍ମୁ-କଶ୍ମୀର

ରଣଜୀ ଟ୍ରଫି ୨୦୨୪-୨୫ ରାଉଣ୍ଡ୍ ଅପ୍‌; ମୁମ୍ବାଇକୁ ୫ ୱିକେଟ୍‌ରେ ହରାଇଲା ଜମ୍ମୁ-କଶ୍ମୀର

ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୪-୨୫ର ଦ୍ୱିତୀୟ ପର୍ଯ୍ୟାୟରେ ଶନିବାର ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇକୁ ଜମ୍ମୁ-କଶ୍ମୀର ୫ ୱିକେଟ୍‌ରେ ହରାଇ ଦେଇଛି। ମୁମ୍ବାଇର ଶରଦ ପୱାର ଏକାଡେମୀ ପଡ଼ିଆରେ ଚାଲିଥିବା ମ୍ୟାଚ୍‌ର ତୃତୀୟ ଦିନ ଜମ୍ମୁ-କଶ୍ମୀରକୁ ମୁମ୍ବାଇ ୨୦୫ ରନ୍‌ର ଲକ୍ଷ୍ୟ ଦେଇଥିଲା। ଜମ୍ମୁ-କଶ୍ମୀର ଏହାକୁ ୫ ୱିକେଟ୍ ବିନିମୟରେ ହାସଲ କରିନେଇଛି। ଲକ୍ଷ୍ୟର ପିଛା କରୁଥିବା ଜମ୍ମୁ-କଶ୍ମୀର ଟିମ୍ ଦ୍ରୁତ ରନ୍ ସଂଗ୍ରହ କରିଥିଲା। ଓପ୍ନର୍ ଶୁଭମନ ଖଜୋରିୟା ୪୫ ଏବଂ ବିଭ୍ରାନ୍ତ ଶର୍ମା ୩୮ ରନ୍‌ର ଯୋଗଦାନ କରିଥିଲେ। ଆବିଦ୍ ମୁସ୍ତାକ ୩୨ ଏବଂ କହ୍ନେୟା ୱାଧୱାନ୍ ୧୯ ରନ୍‌ରେ ଅପରାଜିତ ଫେରିଥିଲେ। ମୁମ୍ବାଇ ପକ୍ଷରୁ ଶମ୍ସ ମୁଲାନୀ ୪ ଏବଂ ମୋହିତ ଅବସ୍ତୀ ଗୋଟିଏ ୱିକେଟ୍ ପାଇଥିଲେ। ଅନ୍ୟପକ୍ଷରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଶୁଭମନ ଗିଲ୍‌ଙ୍କ ନେତୃତ୍ୱାଧୀନ ପଞ୍ଜାବକୁ କର୍ଣ୍ଣାଟକ ଇନିଂସ୍ ଓ ୨୦୭ ରନ୍‌ରେ ହରାଇଛି। ପ୍ରଥମ ଇନିଂସ୍‌ରେ ୪୨୦ ରନ୍‌ରେ ପଛୁଆ ଥିବା ପଞ୍ଜାବ ଦ୍ୱିତୀୟ ଇନିଂସ୍‌ରେ ୨୧୩ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। କ୍ୟାପ୍‌ଟେନ୍ ଗିଲ୍ ୧୦୨ ରନ୍‌ର ଶତକୀୟ ଇନିଂସ୍ ଖେଳିଥିଲେ ମଧ୍ୟ ନିମ୍ନକ୍ରମ ବ୍ୟାଟର୍‌ମାନେ ଖାସ୍ ପ୍ରଦର୍ଶନ କରିପାରିଲେ ନାହିଁ। ପ୍ରଥମ ଇନିଂସ୍‌ରେ କର୍ଣ୍ଣାଟକ ୪୭୫ ରନ୍ କରିଥିବା ବେଳେ ପଞ୍ଜାବ ୫୫ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ତିରୁଅନନ୍ତପୁରମ୍‌ରେ ଚାଲିଥିବା ଅନ୍ୟ ଏକ ମ୍ୟାଚ୍‌ରେ କେରଳକୁ ମଧ୍ୟପ୍ରଦେଶ ୩୬୩ ରନ୍‌ର ଲକ୍ଷ୍ୟ ଦେଇଛି। ଷ୍ଟମ୍ପ୍ସ ବେଳକୁ କେରଳ ୧ ୱିକେଟ୍ ହରାଇ ୨୮ ରନ୍ କରିଛି। ମ୍ୟାଚ୍‌ର ୩ୟ ଦିନ ମଧ୍ୟପ୍ରଦେଶ ବ୍ୟାଟର୍‌ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଟିମ୍‌ର ତିନିଜଣ ବ୍ୟାଟର୍ ଅର୍ଦ୍ଧଶତକ ହାସଲ କରିଥିଲେ। କ୍ୟାପ୍‌ଟେନ୍ ଶୁଭମ ଶର୍ମା ୫୨, ରଜତ ପାଟିଦାର ୯୨ ଏବଂ ଭେଙ୍କଟେଶ ଆୟର ଦ୍ରୁତ ୮୦ ରନ୍ କରିଥିଲେ। ମଧ୍ୟପ୍ରଦେଶ ଦ୍ୱିତୀୟ ଇନିଂସ୍ ୩୬୯/୮ରେ ଘୋଷଣା କରିଥିଲା। କେରଳର ମେଦୁମାଙ୍କୁଝି ବାସିଲ୍ ୪ଟି ୱିକେଟ୍ ଅକ୍ତିଆର କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking