30.7 C
Bhubaneswar
Thursday, June 18, 2026
Homeଓଡିଶା୨ ଦିନ ପରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

୨ ଦିନ ପରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ପ୍ରଚଣ୍ଡ ତାତିରୁ ଆଶ୍ବସ୍ତି ଦେବ କାଳବୈଶାଖୀ। ଆଉ ୨ ଦିନ ପରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ୨୮ରୁ ଆସନ୍ତା ୨ ତାରିଖ ଯାଏଁ କାଳବୈଶାଖୀ ବର୍ଷା ହୋଇପାରେ। ଫଳରେ ତାତିରୁ ମିଳିପାରେ ସାମାନ୍ୟ ଆଶ୍ବସ୍ତି। ଟ୍ରପ୍ ଲାଇନ୍ ପ୍ରଭାବରେ କିଛି ସ୍ଥାନରେ ବର୍ଷା ହୋଇପାରେ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ ୩୦ରୁ ୪୦ କିମି ବେଗରେ ବହିପାରେ ପବନ। ବର୍ଷା ସମୟରେ ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳରେ ୪୫ ରୁ ୫୫ ସର୍ବାଧିକ ୬୬ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୪ ଘଣ୍ଟା ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରିଛି ବିଭାଗ। ୨୯ ଓ ୩୦ ଦୁଇଦିନ ପାଇଁ ମଧ୍ୟ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି। ବର୍ଷା ପ୍ରଭାବରେ ୨ରୁ ୩ ଭିତରେ ୪ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲ ବିଭାଗ ଆକଳନ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking