30.7 C
Bhubaneswar
Thursday, June 18, 2026
Homeଓଡିଶାପୁଣି ବ୍ୟାପିଲା ଜଙ୍ଗଲ ନିଆଁ

ପୁଣି ବ୍ୟାପିଲା ଜଙ୍ଗଲ ନିଆଁ

ବଲାଙ୍ଗିର:ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ପ୍ରଚଣ୍ଡ ଖରାତାତିରେ ସନ୍ତୁଳି ହେଉଛନ୍ତି ଲୋକେ। ଏସବୁ ଭିତରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ, ତାତି ବଢ଼ାଇଦେଇଛି। ଜିଲ୍ଲାର ତିନୋଟି ଜଙ୍ଗଲରେ ନିଆଁ ଲାଗିଥିବା ବିଭାଗ ସୂଚନା ଦେଇଛି। କାଲିଝରନ ଜଙ୍ଗଲ, ମଠଖାଇ ଜଙ୍ଗଲ ଓ ଲାଠୋର ଜଙ୍ଗଲରେ ନିଆଁ ଲାଗିଛି। ଫେବ୍ରୁଆରି ମାସରୁ ବର୍ତ୍ତମାନ ଯାଏଁ ବଲାଙ୍ଗିର ଜିଲ୍ଲାରେ ୭୨୦ଟି ପଏଣ୍ଟରେ ନିଆଁ ଲାଗିଛି। ବନ ବିଭାଗର ଶତ ଚେଷ୍ଟା ସତ୍ତ୍ୱେ ନୂଆ ନୂଆ ସ୍ଥାନରେ ଲାଗୁଛି ନିଆଁ। ବଣ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ସାଧାରଣଲୋକେ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ବନ୍ୟ ଜନ୍ତୁଙ୍କ ପ୍ରତି ବିପଦ ବଢ଼ିଛି। ଜଙ୍ଗଲରେ ବାରମ୍ବାର ନିଆଁ ଲାଗିବା ଯୋଗୁଁ ପାଣିପାଗ ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ବନ ବିଭାଗର କର୍ମଚାରୀ ନିଆଁ ଲିଭାଇବା କାମରେ ଲାଗିଥିବା ଡିଏଫ୍‌ଓ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking