ଭୁବନେଶ୍ୱର : ପ୍ରାକ ବଜେଟ ପାଇଁ ବଡ ବୈଠକ ବସିଛି । ଆର୍ଥିକ ବର୍ଷ ୨୦୨୫ – ୨୬ ପାଇଁ ଫେବୃଆରୀ ୧୩ ତାରିଖରୁ ଓଡିଶା ସରକାରଙ୍କ ବଜେଟ ଅଧିବେଶନ ଆରମ୍ଭ ହେବ । ରାଜ୍ୟ ସରକାର ଫେବୃଆରୀ ୧୭ ତାରିଖରେ ସାଧାରଣ ବଜେଟ ଉପସ୍ଥାପନ କରିବେ । ଅର୍ଥ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନା କରିବେ । ବିକଶିତ ଓଡିଶା ଗଠନ ପାଇଁ ସ୍ଲୋଗାନ ଦେଉଥିବା ମୋହନ ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ କେଉଁ କ୍ଷେତ୍ରକୁ ଅଧିକ ଫୋକସ କରିବେ । ସେନେଇ ବସିଛି ଗୁରୁତ୍ୱପୂର୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୨୦୨୫ରୁ ୨୬ ଆର୍ଥିକ ବର୍ଷ ପାଇଁ ଚାଲିଛି ବିଚାର ବିମର୍ଶ । ବୈଠକରେ ଅର୍ଥନୀତି ବିଶେଷଜ୍ଞଙ୍କ ସହ ପୂର୍ୱତନ ଅର୍ଥମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି ।