27.1 C
Bhubaneswar
Monday, January 20, 2025
Homeଓଡିଶାହଳଦିଆ ସାର୍ଟ ଧଳା ହେଲା କିପରି ?

ହଳଦିଆ ସାର୍ଟ ଧଳା ହେଲା କିପରି ?

ଝାରସୁଗୁଡା :ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ବଡ଼ ବିଭ୍ରାଟ । ତଦନ୍ତରେ ରହିଥିବା ବିଭିନ୍ନ ଛିଦ୍ର ସବୁ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। କ୍ରାଇମ୍‌ବ୍ରାଞ୍ଚ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ ସେ ନେଇ ପ୍ରଶ୍ନ ଉଠିଛି । ଏବେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। କେବଳ ଯେ, ନବ ଦାସଙ୍କ ରକ୍ତଲଗା ସାର୍ଟର ପତ୍ତା ମିଳୁନି ତାହା ନୁହେଁ, ବରଂ ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବି ବଦଳିଯାଇଛି । ତେବେ ଏହା କ୍ରାଇମ୍‌ବ୍ରାଞ୍ଚର ଖାମଖିଆଲି ନା ଅଭିଯୁକ୍ତ ଗୋପାଳ ଦାସକୁ ଖସାଇବା ପାଇଁ ସୁଚିନ୍ତିତ ଯୋଜନା, ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ୨୦୨୩, ଜାନୁଆରି ୨୯ରେ ନବ କିଶୋର ଦାସଙ୍କ ଉପରେ ହୋଇଥିଲା ଆକ୍ରମଣ ଏହି ସମୟରେ ବିଜେଡି କର୍ମୀ ଶୁଭେନ୍ଦୁ ପଟ୍ଟନାୟକ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ନବ ଦାସଙ୍କୁ ଗୁଳିମାଡ଼ ହେବା ପରେ ସେ ସାମନା ସିଟ୍‌ରେ ଟଳି ପଡ଼ିଥିଲେ । ଶୁଭେନ୍ଦୁ ପଟ୍ଟନାୟକ, ସିଦ୍ଧାର୍ଥନ‌ାଥ ଶର୍ମା ଓ ଦ୍ବାରିକାନାଥ ପଣ୍ଡା ନବ ଦାସଙ୍କୁ ଉଠାଇ ପଛସିଟ୍‌ରେ ଶୁଆଇ ଦେଇଥିଲେ। ଶୁଭେନ୍ଦୁ ପଟ୍ଟନାୟକ ପିନ୍ଧିଥିବା ସାର୍ଟରେ ମଧ୍ୟ ରକ୍ତ ଲାଗିଯାଇଥିଲା
। ୨୦୨୩, ଫେବ୍ରୁଆରି ୩ରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ରେକର୍ଡ ବୟାନରେ ରକ୍ତଲଗା ଧଳାରଙ୍ଗର ସାର୍ଟକୁ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଦାଖଲ କରିଥିବା ଉଲ୍ଲେଖ ହୋଇଥିଲା । ତଦନ୍ତକାରୀ ଅଧିକାରୀ ରମେଶଚନ୍ଦ୍ର ଦୋରା ସାକ୍ଷୀଙ୍କ ଉପସ୍ଥିତିରେ ତାହାକୁ ଜବତ କରିଥିଲେ । ଫେବ୍ରୁଆରୀ ୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ‘ପ୍ରପର୍ଟି ସିଜର୍‌ ମେମୋ’ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ମେମୋକୁ କ୍ରାଇମ୍‌ବ୍ରାଞ୍ଚର ଅଧିକାରୀମା‌ନେ ହିଁ ପୂରଣ କରିଥିଲେ । ମେମୋରେ ଶୁଭେନ୍ଦୁ ପଟ୍ଟନାୟକଙ୍କ ରକ୍ତଲଗା ହଳଦିଆ ରଙ୍ଗର ହାଫ୍‌ସାର୍ଟ ଜବତ କରାଯାଇଥିବା ଉଲ୍ଲେଖ। ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ହୋଇଥିବା ଭିଡିଓଗୁଡ଼ିକରେ ମଧ୍ୟ ଶୁଭେନ୍ଦୁ ପଟ୍ଟନାୟକ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିବା ପ୍ରମାଣ ରହିଛି । କ୍ରା‌ଇମ୍‌ବ୍ରାଞ୍ଚ ବୟାନ୍‌ ରେକର୍ଡ ସମୟରେ କାହିଁକି ସାର୍ଟର ରଙ୍ଗ ବଦଳାଇଦେଇଛି?

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking