ଖୋର୍ଦ୍ଧା : କଣାସରେ ଦୟାନଦୀ ଜଳ ସମ୍ପୁର୍ଣ ଦୂଷିତ । ସାମ୍ନାକୁ ଆସିଲା ଦୟାନଦୀ ଜଳର ରିପୋର୍ଟ । ଦୟାନଦୀ ଜଳରେ ବାହାରିଲା ଭୟଙ୍କର ଭୂତାଣୁ । ପାଣିରେ ଆମାଶୟ ଜୀବାଣୁ ଥିବା ଚିହ୍ନଟ ହୋଇଛି । ଦୟାନଦୀ ପାଣି ବ୍ୟବହାର ନକରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମେଡିକାଲ କର୍ତ୍ତୁପକ୍ଷ । ଏଥିପାଇଁ କଣାସ ଅଞ୍ଚଳରେ ଲାଗି ରହିଛି ଝାଡାବାନ୍ତି । ଆକ୍ରାନ୍ତ ଅଞ୍ଚଳରେ ଦୁଇଟି ମେଡିକଜ୍ଲେ କ୍ୟାମ୍ପ କରାଯାଇଛି । ମେଡିକାଲ କ୍ୟାମ୍ପ ଜରିଆରେ ସଚେତନ କରାଯାଉଛି । ଜିଲ୍ଲା ଓ ସ୍ୱାସ୍ଥ୍ୟ ବିଭାଗ ବରିଷ୍ଠ ଅଧିକାରୀ ଏନେଇ ଅନୁଧ୍ୟାନ କରିବେ ।