15.1 C
Bhubaneswar
Monday, January 13, 2025
Homeଦେଶ ବିଦେଶସିଗାରେଟ୍ ଟାଣିବା ଅଭ୍ୟାସକୁ ଛାଡ଼ିବାକୁ ଚାହୁଁଛନ୍ତି କି? ଅପାଣାନ୍ତୁ ଏହି ଉପାୟ..

ସିଗାରେଟ୍ ଟାଣିବା ଅଭ୍ୟାସକୁ ଛାଡ଼ିବାକୁ ଚାହୁଁଛନ୍ତି କି? ଅପାଣାନ୍ତୁ ଏହି ଉପାୟ..

ନୂଆଦିଲ୍ଲୀ: ଏବେ ଲୋକେ ସାଧାରଣ ଘଣ୍ଟା ବଦଳରେ ବ୍ୟବହାର କରୁଛନ୍ତି ସ୍ମାର୍ଟୱାଚ୍ । ଯେଉଁଥିରେ ସମୟଠୁ ଆରମ୍ଭ କରି ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସୂଚନା ବି ଦେଉଛି । ଯଦି ଆପଣ ଧୂମପାନ ବା ସିଗାରେଟ୍ ଟାଣିବାର ଅଭ୍ୟାସକୁ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ସ୍ମାର୍ଟୱାଚ୍ ମାଧ୍ୟମରେ ଏହି ବଦଭ୍ୟାସକୁ ଛଡ଼ାଇବ ଏକ ଆପ୍ । ଏହି ଆପ୍‌କୁ ପରିଚାଳନା କରିବା ପାଇଁ ସ୍ମାର୍ଟୱାଚ୍ ଆବଶ୍ୟକ ହୋଇଥାଏ । ଏଭଳି ଆପ୍ ଉଦ୍ଭାବନ କରିଛି ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ଗବେଷକ । ଏଠାକାର ଗବେଷକମାନେ ଏକ ମୋସନ୍ ସେନ୍ସର ଆପ୍ ତିଆରି କରିଛନ୍ତି । ଧୂମ୍ରପାନ କରିବା ସମୟରେ ଜଣଙ୍କର ହାତର ଗତିବିଧି ଉପରେ ଏହି ଆପ୍ ନଜର ରଖିଥାଏ । ସେହି ବ୍ୟକ୍ତି ଜଣକ ସିଗାରେଟ୍ ଟାଣିବାକୁ ଯାଉଛନ୍ତି କି ନାହିଁ ତାକୁ ଚିହ୍ନଟ କରିଥାଏ । ସରଳ ଭାଷାରେ କହିଲେ, ବ୍ୟବହାରକାରୀ ନିଜ ହାତରେ ସିଗାରେଟ୍ ଧରିବା ମାତ୍ରେ ଆପ୍ ଏହାକୁ ଜାଣିପାରିବ ।

ଜଣାପଡ଼ିବା ମାତ୍ରେ, ସ୍ମାର୍ଟୱାଚ୍‌ର ଏକ ସ୍କ୍ରିନ୍‌ରେ ମେସେଜ୍ ଦେଖାଦେବ । ଯାହା ପରେ ସ୍ମାର୍ଟୱାଟ୍‌ଟି ଭାଇବ୍ରେସନ୍ ହେବାକୁ ଲାଗିବ । ସ୍ମାର୍ଟୱାଟ୍ ସ୍କ୍ରିନ୍‌ରେ ଦେଖାଉଥିବା ମେସେଜ୍‌ରେ ଧୂମ୍ରପାନ ଛାଡ଼ିବାର ଲାଭ ବିଷୟରେ ଲେଖାଯାଇଥାଏ । ଦିନରେ ଜଣେ କେତୋଟି ସିଗାରେଟ୍ ଟାଣି ସାରିଲେଣି ଏହି ସ୍ମାର୍ଟୱାଚ୍ ତା’ର ହିସାବ ଦେଇଥାଏ। ଏହି ଗବେଷଣା ଲାଗି ୧୮ ଜଣଙ୍କୁ ସାମିଲ କରାଯାଇଥିଲା । ଯେଉଁମାନେ ଦିନକୁ ପାଖାପାଖି ୧୦ଟି ସିଗାରେଟ୍ ଟାଣୁଥିଲେ । ସେମାନେ ଏହି ଆପ୍ ଯୋଗୁଁ ଧୂମପାନ ଅଭ୍ୟାସ ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ । ଏଥିରୁ ୬୦%ରୁ ଅଧିକ ଲୋକଙ୍କ କହିବା କଥା ଆପ୍‌ରେ ଦେଉଥିବା ମେସେଜ ସେମାନଙ୍କ ଧୂମପାନ ଅଭ୍ୟାସ ଛଡ଼ାଇବାରେ ସାହାଯ୍ୟ କରିଛି । ତେବେ କେହି ଧୂମପାନ ବା ସିଗାରେଟ୍ ଟାଣିବାର ଅଭ୍ୟାସ ଛାଡ଼ିବାକୁ ଚାହୁଁଥିଲେ ଏହି ଆପ୍ ବେଶ୍ ଉପଯୋଗୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking