ଯାଜପୁର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିସରରେ ଜଳସମ୍ପଦ ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଯୋଗଦେଇ ପାଣି ପଞ୍ଚାୟତକୁ ଅଧିକ କ୍ରିୟାଶୀଳ କରି ଜଳସେଚନ ସମୟରେ କେନାଲର ଶେଷ ମୁଣ୍ଡରେ ଥିବା ଚାଷ ଜମିକୁ ବିନା ବାଧାରେ ଜଳ ଯୋଗାଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଇଷ୍ଟର୍ଣ୍ଣ ସର୍କଲ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଣବ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜାଇକା ପ୍ରକଳ୍ପ ର ମୁଖ୍ୟ ଯନ୍ତ୍ରୀ ଶ୍ୱେତ କୁମାର ଜାଲି , ଅଧିକ୍ଷଣ ଜନ୍ତ୍ରୀ ଜାରକା କାମଦେବ ଦାସ, ଅଧିକ୍ଷଣ ଜନ୍ତ୍ରୀ ଯାଜପୁର ଶରତ ଚନ୍ଦ୍ର ଘଡାଇ, ଜିଲା ଉଦ୍ୟାନ ବିଭାଗ ଉପ ନିର୍ଦେଶକ ରାଧେଶ୍ୟାମ ବେହେରା ପ୍ରମୁଖ ଯୋଗ ଦେଇ ଏହି ପାଣି ପଞ୍ଚାୟତ ସମ୍ପର୍କରେ ଆଲୋଚନା କରିଥିଲେ। ପାଣି ପଞ୍ଚାୟତ ମାଧ୍ୟମରେ ଅଣ ଜଳସେଚିତ ଜମି କୁ ଜଳ ସେଚିତ କରାଯାଇପାରିବ ବୋଲି ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗର ଏସଡ଼ିଓ ଅନ୍ତଯ୍ୟାମୀ ମହାନ୍ତି, ସହକାରୀ ଯନ୍ତ୍ରୀ ଶୁଧାଂଶୁ ଶେଖର ନାୟକ, ସହକାରୀ ଯନ୍ତ୍ରୀ ଅରୁଣ କୁମାର ତ୍ରିପାଠୀ, ସହକାରୀ ଯନ୍ତ୍ରୀ ଧୀରେନ କୁମାର ପାଣି ଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ସଫଳ ଚାଷୀ ସୁଢ଼ଳ ଚରଣ ସାହୁ, ଅଭିରାମ ପଲେଇ, ରାମଚନ୍ଦ୍ର ଦାସଙ୍କୁ ଉପସ୍ଥିତ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ମା କାଳୀ ପଞ୍ଚାୟତ କୁ ଶ୍ରେଷ୍ଠ ପାଣି ପଞ୍ଚାୟତ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।










