ଭୁବନେଶ୍ୱର : ସୁପ୍ରିମକୋର୍ଟରୁ ସମ୍ବଲପୁର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଜାମିନ ଖାରଜ ପରେ ବିଜେପିକୁ ଘାରିଛି ବିଜେଡି । ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉକ୍ତି ଗ୍ରହଣୀୟ ନୁହେଁ , ଏହାକୁ କ୍ଷମତାର ଅହଙ୍କାର କୁହାଯାଏ ବୋଲି କହିଛନ୍ତି ବିଜେଡି ବାଧାୟକ ପ୍ରତାପ ଦେବ । କୌଣସି ଦଳର ବ୍ୟକ୍ତି ହୁଅନ୍ତୁ କିମ୍ବା ରାଜନୈତିକ ଦଳର ବ୍ୟକ୍ତି ହୁଅନ୍ତୁ ସେ ଯଦି ଦେଶର ସଜ୍ମୋଚ୍ଚତମ ନ୍ୟାୟାଳର ନିଷ୍ପତ୍ତିକୁ ପାଳନ କରୁନାହାଁନ୍ତି ତାହାହେଲେ ସେ କେଉଁ ଭଳି ବାର୍ତ୍ତା ଦେଉଛନ୍ତିା ଏଭଳି କହିଛନ୍ତି ପ୍ରତାପ ଦେବ । ମୁଖ୍ୟମନ୍ତ୍ରୀଙ୍କୁ ଟାଗଚ୍ଛେଟ କରି ପ୍ରତାପ ଦେବ କହିଛନ୍ତି ଗୃହ ବିଭାଗର ମନ୍ତ୍ରୀ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୁହନ୍ତ ଆଇନ ସମସ୍ତଙ୍କ ପାଇଁ ସମାନ ନା ବିଜେପି ବିଧାୟକମାନେ ଉର୍ଦ୍ଦ୍ୱର ଏହି ପ୍ରଶ୍ନର ଜବାବ ମାଗିଛନ୍ତି ପ୍ରତାପ ଦେବ । ଥିସହିତ ଆଗାମୀ ଦିନରେ ଓଡ଼ିଶାରେ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ତେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି କହିଛନ୍ତି ପ୍ରତାପ ଦେବ ।