23.1 C
Bhubaneswar
Wednesday, March 4, 2026
Homeଦେଶ ବିଦେଶବିପୁଳ ପରିମାଣର ବିସ୍ଫୋରକ ଜବତ; ମିଜୋରାମରୁ ମିଆଁମାର ଯାଉଥିବା ସନ୍ଦେହ

ବିପୁଳ ପରିମାଣର ବିସ୍ଫୋରକ ଜବତ; ମିଜୋରାମରୁ ମିଆଁମାର ଯାଉଥିବା ସନ୍ଦେହ

ଆଇଜଲ: ମିଜୋରାମରୁ ମିଆଁମାର ଅଭିମୁଖେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀକୁ ଜବତ କରାଯାଇଛି। ମିଜୋରାମ ପୁଲିସ୍ ଏବଂ ଆସାମ ରାଇଫଲ୍ସ ମିଳିତ ଭାବେ ଏହି ଅପରେସନ୍‌କୁ ସଫଳ କରିଛନ୍ତି। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଏକ ଛୋଟ ଯୁଦ୍ଧ ପାଇଁ ଆବଶ୍ୟକ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ରିପୋର୍ଟ ଅନୁସାରେ ଏପ୍ରକାର ବଡ଼ ଧରଣର ଚୋରା ଚାଲାଣ ହେଉଥିବା ସମ୍ପର୍କରେ ଗୁପ୍ତ ସୂଚନା ମିଳିବା ପରେ ଉଭୟ ସୁରକ୍ଷା ବାହିନୀ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଚଳାଇଥିଲେ। ତେବେ ବୁଧବାର ବିଳମ୍ବିତ ରାତିରେ ସେରଚିପ-ଥେନଜୋଲ ରାସ୍ତାରେ ଚେକିଂ ଚାଲିଥିବା ମିଳିତ ବାହିନୀ ଏକ ଧଳା ରଙ୍ଗର କାର୍ ଆସୁଥିବା ଦେଖିବାକୁ ପାଇଥିଲେ। ଗାଡିକୁ ଯାଞ୍ଚ କରିବା ସମୟରେ ଏଥିରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ଏଥିରେ ୯୬୦୦ ଜିଲେଟିନ୍ ଷ୍ଟିକ୍‌, ୯୪୦୦ ଡେଟୋନେଟର ଏବଂ ୧୮୦୦ ମିଟରରୁ ଅଧିକ କୋର୍ଡେଟେକ୍ସ ରହିଥିଲା। ଗାଡ଼ିରେ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏସବୁ ପଛରେ କିଏ ରହିଛି ସେସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ତେବେ ଏସବୁ ବିସ୍ଫୋରକ ମିଆଁମାରକୁ ଯାଉଥିଲା, ଯାହାକି ସେଠାକାର ସେନା (ଜଣ୍ଟା) ବିରୋଧରେ ଲଢିବାକୁ ସ୍ଥାନୀୟ ବିଦ୍ରୋହୀମାନେ ବ୍ୟବହାର କରିଥାନ୍ତେ ବୋଲି ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking